ଆମ୍ଵାଦଳାରେ ଅଘଟଣ, ପଥରରେ ଚେଚି ଯୁବକକୁ ହତ୍ୟା

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳାରେ ଘଟିଛି ବିଭତ୍ସ ହତ୍ଯାକାଣ୍ଡ। ସୂଚନା ଅନୁଯାଇ ଆମ୍ବାଦଳା ଥାନା ସଦର ମହକୁମାର ୪୨ ବର୍ଷିଆ ଯୁବକ ସିମାଞ୍ଚଳ ସାହୁ (ବୁଲୁ) ରେଳବାଇ କଲୋନୀରେ ରହୁଥିଲା। ସବୁ ଦିନପରି ଗତକାଲି ମଧ୍ୟ ରାତିରେ କେଉଁ ଆଡେ ଯାଇଥିଲା। ଆଜି ସକାଳୁ ଅମ୍ବାଦଳା ଥାନା ରେଲୱେ ଷ୍ଟେସନ ଗେଷ୍ଟ ହାଉସ ନିକଟରେ ତାଙ୍କୁ କେହି ପଥରରେ ଛେଚି ହତ୍ଯା କରି ପଥର ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଲୋକମାନେ ଦେଖିଥିଲେ। ଘଟଣା ସସ୍ଥଳରେ ଅଧାକଟା ପାପୁଲି ସହ ରକ୍ତ ଯୁଡୁବୁଡୁ ଅବସ୍ଥାରେ ମୃତ ଶରୀର ପଡିରହିଥିବା ପୋଲିସ ଜବତ କରି ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ସୂଚନା ମିଳିଛି। ମୃତ ଯୁବକଙ୍କ ନାମରେ ବିଭିନ୍ନ ଥାନାରେ ଚୋରୀ ଡକାୟତି ଓ କ୍ରିମିନାଲ କେଶ ମାନ ରହିଥିବା ଚର୍ଚ୍ଚା ଚାଲିଛି। ତେଣୁ ଯୁବକଙ୍କର କେହି ବିରୋଧୀ ଗୋଷ୍ଠି ରାତିରେ ସୁଯୋଗ ନେଇ ପଥରରେ ଛେଚି ହତ୍ୟା କରାଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୋଲିସ ର ନିରପକ୍ଷ ତଦନ୍ତ କରାଗଲେ ଅସଲ ଘଟଣାର ଫର୍ଦ୍ଦାଫାସ ହୋଇପାରିବ।