ମ. ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ସ୍ଥିତ ପୂର୍ତ୍ତ ବିଭାଗ ବଙ୍ଗଳାଠାରେ ଆଜି ଭବାନୀପାଟଣା ଉପଖଣ୍ଡ ସ୍ତରୀୟ ସି ସହିତ ବି ଶ୍ରେଣୀ ଠିକାଦାରଙ୍କ ସମୂହ ସମାବେଶ ତଥା ସଭା ଅନୁଷ୍ଠିତ ହେଇଯାଇଛି। ଶଶି ଭୂଷଣ ପ୍ରହରାଜଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଭବାନୀପାଟଣାର ଉପେନ୍ଦ୍ର ଭୋଇ, କେସିଙ୍ଗାର ଗଣରାମ ମହଲା, ଦୋଳମଣୀ ଚୌଧୁରୀ, ନର୍ଲା ର ଅନି ସାହୁ, କରଲାମୁଣ୍ଡା ରୁ ଯୁବରାଜ ସାହୁ, ମ. ରାମପୁର ରୂ ଯଜ୍ଞ ସେନ ପଣ୍ଡା ମଞ୍ଚାସୀନ ହୋଇ ଠିକାଦାରଙ୍କ ସମସ୍ୟ ଉପେରେ କହିଥିଲେ। ଅଂଶ ଗ୍ରହଣ କାରି ସମସ୍ତ ଠିକାଦାର ବହୁବିଧ ସମସ୍ୟା ଓ ନିରାକରଣ ମାର୍ଗ ଉପେରେ ଆଲୋଚନା କରି ଅନେକ ନିଷ୍ପତି ନେଇଥିଲେ। ଏଣିକି ସମସ୍ତ ଠିକାଦାର ଶୂନ ଦଶମିକ ଦଶ ପ୍ରତିଶତ ହ୍ରାସ ଦରରେ ଟେଂଡର ପକାଇବେ ଓ ଲଟେରୀରେ ଅଂଶ ଗ୍ରହଣ କରିବା ପାଇଁ ନିଷ୍ପତି ନେଇଛନ୍ତି। ଏହା ବାଦ ଅନଲାଇନ ଧର୍ଯ୍ୟ ମୂଲ୍ୟ ନେଇ ବାଲିଘାଟ ଠାରୁ ବିନା ଉଆଇ ଫର୍ମ ରେ ବାଲି ଯୋଗାଣ, ଇଏମଡି, ଏପିଏସଡି ପ୍ରଦାନ ବେଳେ ପୂର୍ବ ଭଳି ବ୍ୟାଙ୍କ ଟିଡିଆର ଗ୍ରହଣ କରିବା, ସି ଶ୍ରେଣୀ ଠିକା ପ୍ରସ୍ତାବରେ ସମ କାର୍ଯ୍ୟ ଅଭିଜ୍ଞତା, ଶ୍ରମ ଲାଇନ୍ସନସ, ଇପିଏଫ, ଯନ୍ତ୍ରଂଶ ଆଦି ପ୍ରଦାନ ନ ମାଗିବା, ସି ଶ୍ରେଣୀ ଠିକାଦାର ଙ୍କୁ ୪୦ ଲକ୍ଷ ଟଙ୍କା ସୀମା ପରିବର୍ତ୍ତେ ୮୦ ଲକ୍ଷ, ବି ଶ୍ରେଣୀ ପାଈଁ ୪ କୋଟି ଟଙ୍କା ସୀମା ବୃଦ୍ଧି କରିବା, ଠିକାଦାର ଲାଇସେନ୍ସ ୩ ବର୍ଷ ପରିବେର୍ତେ ୫ ବର୍ଷ କରିବା, କୃଷି, ଉଦ୍ୟାନ ଆଦି ବିଭାଗ ଅନଲାଇନ ଟେଂଡର ଆହ୍ୱାନ କରି କାର୍ଯାଳୟ ରେ ଟେଣ୍ଡର ବକ୍ସ ରେ ଟେଂଡର ପକାଇବା ବନ୍ଦ କରାଇବା ଆଦି ବହୁବିଧ ସମସ୍ୟା ଉପରେ ଆଲୋଚନା ହେଇ ଜ଼ିଲା ଓ ରାଜ୍ୟ ସ୍ତର ରେ ସଂଘ କରି ସରକାର ଙ୍କୁ ଦାବି ପତ୍ର ପ୍ରଦାନ ପାଈଁ ନିଷ୍ପତି ନିଆ ଯାଇଛି। ଶେଷରେ ମୋହିତ ଅଗ୍ରୱାଲ ଧନ୍ୟବାଦ ପ୍ରଦାନ କରିଥିଲେ।
