ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସର ବନ୍ଧୁମିଳନ ଓ ମିଶ୍ରଣ ପର୍ବ

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ୧୫ ଗୋଟି ଗ୍ରାମ ପଞ୍ଚାୟତର ତଳ ସ୍ତରୀୟ କଂଗ୍ରେସ କର୍ମୀ ମାନଙ୍କୁ ନେହି ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ବଡଭୋଟା ଠାରେ ବ୍ଲକ ସଭାପତି ପ୍ରୋହ୍ଲାଦ ହିଆଲଙ୍କ ସଭାପତିତ୍ୱରେ ଭାରତୀୟ ଜାତୀୟ କଂଗ୍ରେସର ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ଓ ବ୍ଲକ କମିଟିରେ ମନନୀତ ସମସ୍ତ ସଦସ୍ୟଙ୍କୁ ତେନ୍ତୁଳିଖୁଣ୍ଟି ବ୍ଲକର କଂଗ୍ରେସ କାର୍ଯ୍ୟକର୍ତା ମାନଙ୍କର ଦ୍ଵାରା ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତେନ୍ତୁଳିଖୁଣ୍ଟି ବ୍ଲକରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ବ୍ଲକ କଂଗ୍ରେସ କମିଟି ତରଫରୁ ସମ୍ମାନିତ କରାଯାଇଥିଲା। ଆଗାମୀ ତ୍ରି ସ୍ତରୀୟ ନିର୍ବାଚନରେ ସଂଗଠନ ମଜଭୂତ କରି ନିର୍ବାଚନ ଲୋଡ଼ିବା ସହ ପ୍ରସ୍ତୁତି ହେବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ବ୍ଲକ କର୍ମକର୍ତ୍ତା ମାନେ ନିବେଦନ କରି ଥିଲେ। ପୁଣି ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ରହିଥିବାରୁ ପ୍ରତେକ ପଞ୍ଚାୟତର କର୍ମକର୍ତ୍ତା ଚୟନ କରାଯିବ ବୋଲି ସଭାପତି ମତପ୍ରକାଶ କରିବା ସହ କିଛି କର୍ମୀ ଅନ୍ୟ ଦଳ ଛାଡି ର୍କଂଗ୍ରେସ ଦଳରେ ସାମିଲ ହୋଇ ଥିଲେ। ଏହି କାର୍ଯ୍ୟକ୍ରମରେ ପୁର୍ବତନ ବ୍ଲକ ଚେୟାରମେନ ପି ନାଗରତନ୍ମ, ଭୀମସେନ ପାଣିଗ୍ରାହୀ, କିଶୋର ଚନ୍ଦ୍ର ସିଂହ, ବସନ୍ତ କୁମାର ପାଣିଗ୍ରାହୀ, ଦୁର୍ଲବକନ୍ଦ ଗୌଡ଼, ସୁନୀଲ କୁମାର ସିଂହ, ଭାଷ୍କର କର୍କରା, ଅଜୟ କୁମାର ହିଆଲ, କୁମର ପୂଜାରୀ, ଶଙ୍କର ନାୟକ, ଜଗଦୀଶ ଭଞ୍ଜ ଓ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ନେତୃ ସ୍ଥରୀୟ କର୍ମକର୍ତ୍ତା ଓ କଂଗ୍ରେସ କର୍ମୀ ଉପସ୍ଥିତ ରହି ଥିବାବେଳେ ଏହି କାର୍ଯ୍ୟକ୍ରମ କୁ ଆୟଜନ କରିବାରେ ଯୁବନେତା ଅଖିଳ ଭତ୍ରା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ତେନ୍ତୁଳୀଖୁଣ୍ଟି ବୋହୁ ଦୃନୀତି କାମ ହୋଉଥିବାରୁ ଅଳ୍ପ ଦିନ ମଧ୍ୟରେ ତେନ୍ତୁଳୀଖୁଣ୍ଟି ବ୍ଲକ ଅଫିସ କୁ ବ୍ଲକ କଂଗ୍ରେସ ଆନ୍ଦୋଳନ କରିବ ବୋଲି କହିଛନ୍ତି।