ମାଁ ହିରାନୀଳାଙ୍କ ଝାମୁଯାତ୍ରା ମହୋତ୍ସବ ଉଦଘାଟିତ

ଲାଞ୍ଜିଗଡ଼/କ୍ରାନ୍ତି କ୍ଷେତ୍ର (ସୌମ୍ୟରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ସ୍ଥିତ ବକଟପୁର ଠାରେ ଆରମ୍ଭ ହୋଇଛି ମାଁ ହିରାନୀଳାଙ୍କ ଝାମୁଯାତ୍ରା ମହୋତ୍ସବ। ଏହି ଅବସରରେ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ଯୋଗଦେଇ ଉଦଘାଟନ କରିଥିଲେ। ଏଥିରେ ବିଶିଷ୍ଟ ଅତିଥି ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ, ମୂଖ୍ୟବକ୍ତା ଲାଞ୍ଜିଗଡ଼ କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ପିଇଡବ୍ଲୁ ମିଡ଼ିଆ ଆସୋସିଏସନ କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତୁଳ, କମିଟି ଉପସଭାପତି କର୍ଣ୍ଣ ମାଝୀ, କମିଟି ପରାମର୍ଶଦାତା କୁଳମଣି ବାଣୁଆ, ବାସ ମାଝୀ ପ୍ରମୁଖ ଯୋଗଦେଇଥିଲେ। ମାଁ ହିରାନୀଳା ଝାମୁଯାତ୍ରା ମହୋତ୍ସବ କମିଟି ସଭାପତି ରମେଶ ଚନ୍ଦ୍ର ସାହୁ ସ୍ୱାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହାପରେ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏଥିରେ ବଲାଙ୍ଗୀର,ସମ୍ବଳପୁର, ରାୟଗଡ଼ା ନୁଆପଡା ଜିଲ୍ଲା ଓ ଭବାନୀପାଟଣା ୨୩ ଜଣ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ। ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୋପାଳ ଦାସ ମହାନନ୍ଦ ପରିଚାଳନା କରିଥିବା ବେଳେ କମିଟି କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ବାରିକ ଧନ୍ୟବାଦ ଦେଇଥିଲେ। ଏଥିରେ ସାଧାରଣ ସମ୍ପାଦକ ବିକ୍ରମାଦିତ୍ୟ ବାରିକ, ମୂଖ୍ୟ ପୂଜକ ଶ୍ରୀନିବାସ ନାଏକ, ବାହୁକ ଶରଦ ଗଣ୍ଡା, ସହ କୋଷାଧ୍ୟକ୍ଷ ମୁକେଶ ସାହୁ, କମିଟି ସଦସ୍ୟ ଦେବାନନ୍ଦ ସାହୁ, ଫକିର ଗଣ୍ଡା, ରିଙ୍କୁ ବାରିକ, କ୍ରିଷ୍ଣା ବାରିକ, ବାସ ମାଝୀ ଶଙ୍କର ପ୍ରଧାନୀ ଉଗ୍ରସେନ ବାଗ, ଏକଲବ୍ୟ ବେହେରା, କେଶବ ଗଣ୍ଡା ସମେତ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ। ଏହି ନୃତ୍ୟ ପ୍ରତିଯୋଗିତା ୨୪ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖରେ ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ୨୭ ତାରିଖ ନାଟକ ଓ ୨୮ ତାରିଖ ଦିନ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ସଭାପତି ଶ୍ରୀ ସାହୁ ପ୍ରକାଶଛନ୍ତି।