ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ସମୁଦାୟ ୯୬ ଜଣ ଦଶମ ପରୀକ୍ଷା ଦେଉଥିବାବେଳେ ୫୧ ଜଣ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପରୀକ୍ଷା ଦେଉଛନ୍ତି। ଗୁରୁବାର ଦିନ ସାହିତ୍ୟ ପରୀକ୍ଷା ଦେବା ନିମନ୍ତେ ୩୦ ଜଣ ଛାତ୍ର ଛାତ୍ରୀ ବିପଦ ସଂକୁଳ ଅବସ୍ଥାରେ ଟ୍ରାକ୍ଟର ଡାଲାରେ ବସି ଦଶମ ବୋର୍ଡ ପରୀକ୍ଷା ଦେବା ନିମନ୍ତେ ସକାଳ ପ୍ରାୟ ୮ ସମୟରେ ୩ କିମି ଦୂର କୁଡୁତୁଲୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରୀକ୍ଷା ଦେବା ନିମନ୍ତେ ପହଂଚି ଥିଲେ। ସକାଳ ୭ ଟା ୩୦ ରେ ପରୀକ୍ଷା ସେଣ୍ଟର ରେ ପହଂଚିବା ପରେ ୯ଟା ସମୟ ରେ ପରୀକ୍ଷା ଦେବାର ଶିକ୍ଷା ବିଭାଗ ନିର୍ଦ୍ଦେଶ ଜାରି କରିଛି। ଛାତ୍ର ଛାତ୍ରୀ ମାନେ ବିକଟାଳ ରଡି କରି ଟ୍ରାକ୍ଟରରେ ବସି ଯାଉଥିବା ଯୋଗୁଁ ସେଠାକାର ଗ୍ରାମବାସି ଭୟଭିତ ହୋଇ ଯାଇଥିଲେ। ଏବଂ ଭିଡ଼ିଓ ଉତ୍ତଳନ କରି ଭାଇରଲ କରିଥିଲେ। ଏହି ଘଟଣା କ ନୂଆଗାଁ ଅଞ୍ଚଳରେ ଥିବା ବୁଦ୍ଧିଜୀବୀ ମାନଙ୍କ ମଧ୍ୟ୍ୟରେ ଅସନ୍ତୋଷ ଦେଖା ଦେଇଛି। ପରୀକ୍ଷା ଦେବା ନିମନ୍ତେ ଡେରୀ ହେଉ ଥିବା ସହ ସ୍କୁଲ ପକ୍ଷରୁ ପରୀକ୍ଷା ସେଣ୍ଟର କୁ ଗାଡ଼ି ବ୍ୟବସ୍ତା କରାଯାଇନ ଥିବା ଯୋଗୁଁ ଏଭଳି ବିପଦ ସଂକୁଳ ଅବସ୍ଥାରେ ଛାତ୍ର ଛାତ୍ରୀ ଟ୍ରାକ୍ଟର ଯୋଗେ ବିଦ୍ୟାଳୟରେ ପହଂଚି ଥିଲେ। ତେବେ ଯଦି ଓ କିଛି ଅଘଟଣ ଘଟିଥିଲେ କିଏ ଏହାର ଦାୟିତ୍ୱ ବହନ କରିବ ସେ ନେଇ ଜନ ସାଧାରଣଙ୍କ ମଧ୍ୟ୍ୟରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି। ଏଭଳି ଅବ୍ୟବସ୍ଥା ବିଷୟରେ ଦାଇତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ ପଚାରି ବାରୁ ସେ କିଛି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ। ତେବେ ସୋସିଆଲ ମିଡ଼ିଆରେ ଟ୍ରାକ୍ଟର ରେ ଯାଉଥିବା ଭିଡ଼ିଓ ପ୍ରଘଟ ହେବା ପରେ କ ନୂଆଗାଁ ବିଇଓ ଆଲୋକ ପ୍ରଧାନ ଡବ୍ଲୁଓ, ଡି ଡବ୍ଲୁ ଙ୍କ ସହ ଆଲୋଚନା କରି ଏବିଓ ହରିହର ମଲିକଙ୍କୁ ତଦନ୍ତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏବିଓ ଆଜି ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଏକ ରିପୋର୍ଟ ବିଓଙ୍କୁ ହସ୍ତାନ୍ତର କରିବା ପରେ ଡିଓ ଶିକ୍ଷା ବିଭାଗ ସେକ୍ରେଟେରୀ ଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ବିଈଓ ଆଲୋକ ପ୍ରଧାନ ସୂଚନା ଦେଇଛନ୍ତି।
