ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ସ୍ଥାନୀୟ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆନ୍ତର୍ଜାତିୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ସିଆରସିସି ସଦାନନ୍ଦ ନାୟକ ଯୋଗଦେଇ ମାତୃଭାଷା ଦିବସର ମହତ୍ତ୍ଵ ବିଷୟରେ ଉଦବୋଧନ ରଖିଥିଲେ। ଏହି ଅବସରରେ ପିଲାଙ୍କ ମଧ୍ୟରେ ପ୍ରବନ୍ଧ, କବିତା ବକ୍ତୃତା ଆଦି ପ୍ରତିଯୋଗୀତା ମାନ ଆୟୋଜନ କରାଯାଇ ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ସଭିଏଁ ମାତୃଭାଷା ବ୍ୟବହାର ସମ୍ପର୍କରେ ଶପଥପାଠ କରିଥିଲେ। ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡାଙ୍କ ସହ ବାସନ୍ତୀ ମିଶ୍ର, ନୀଳାଞ୍ଚଳ ମିଶ୍ର, ମନୋରମା ସାହୁ, ମଧୁସ୍ମିତା ତ୍ରିପାଠୀ ପ୍ରମୂଖ ମଞ୍ଚାସୀନ ଥିଲେ।
