ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡଭରଣ୍ଡୀ ଗ୍ରାମର ବାଲ୍ୟ ଭକ୍ତଙ୍କ ସାନ ଭାଇ ଅଲେଖ ଚରଣ ଭକ୍ତ ଝରିଗାଁ ବ୍ଳକ ରତାଖଣ୍ଡିଗୁଡା ପଞ୍ଚାୟତ ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ରହିଥିଲେ। ସେ ଗତ ୨୧ ତାରିଖ ଦିନ ଝରିଗାଁ ବ୍ଳକ କୁଟ୍ରିଛାପର ପଞ୍ଚାୟତ ଅଧୀନ କଲେଗାଁ ସରକାରୀ ଉଚ୍ଚ ବିଦ୍ୟାଳୟକୁ ନିଜ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ। ହେଲେ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ସରିବା ପରେ ଅପରାହ୍ନ ରେ ବିଦ୍ୟାଳୟରୁ ଘର ଅଭିମୁଖେ ବାହାରିଥିଲେ। ହେଲେ ରାତି ୨ଟା ପର୍ଯ୍ୟନ୍ତ ବି ଘରେ ପହଞ୍ଚି ନଥିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। କିନ୍ତୁ କିଛି ଖୋଜ ଖବର ମିଳି ପାରିଲା ନାହିଁ। ଧରିଥିବା ଦୁଇଟି ନମ୍ବରରେ ବାରମ୍ବାର ଫୋନ କରିଥିଲେ ହେଲେ ସେହି ନମ୍ବର ସ୍ୱିଚଅପ ଦେଖେଇଥିଲା। ଆଜି ଅଲେଖଙ୍କ ବଡଭାଇ ବାଲ୍ୟ ଭକ୍ତ ଝରିଗାଁ ଥାନାରେ ଘଟଣାକୁ ନେଇ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
