ବୀରମହାରାଜପୁର/କ୍ରାନ୍ତିକ୍ଷେତ୍ର (ପ୍ରଦିପ ପଧାନ) : ବୀରମହାରାଜପୁରର ପ୍ରସିଦ୍ଧ ଯାତ୍ରା ଫଗୁଣ ପୁଣି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସହର। ତା’ ସହିତ ପଞ୍ଚୁଦୋଳ ପାଇଁ ବିଭିନ୍ନ ଗାଁରେ ହରି ଏବଂ ହର ଙ୍କୁ ଦୋଲବିମାନରେ ଦୋଲାଇବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ହରିହର ଭେଟରେ ସାମିଲ ହେବା ପାଇଁ ଷଣ୍ଢା, ବାଗବର, କୁମୁରସିଂହା, ଚକାବରର ହରିଙ୍କ ସହିତ ଚମ୍ପାମାଳ, କମଲପୁର ଏବଂ ଚିଠି ପାଲି ଗାଁର ହରଙ୍କ ର ପ୍ରସ୍ତୁତି ଯୋରସୋରରେ ଚାଲିଛି।
