ଅଜଣା ଗାଡି ଧକ୍କାରେ ଦୁଇ ମୃତ୍ୟୁ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ନିକଟରେ ଥବା ଯାଯାବର କେନ୍ଦ୍ର ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କାରେ ଦୁଇଜଣ ମୋଟର ସାଇକଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି ନଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଅନ୍ୟ ଜଣେ ଯୁବକ ରହିଛନ୍ତି। ଖବର ପାଇ ବିଷମକଟକ ପୋଲିସ ପହଞ୍ଚି ମୃତ ଦେହକୁ ଡାକ୍ତରଖାନା ପଠାଇଥିବାବେଳେ ତଦନ୍ତ ଆରମ୍ଭ କରିଛି।