କାଉଗୁଡ଼ା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର ) : ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ କାଉଗୁଡ଼ା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ପିଏ ଆଇଟିଡିଏ ପ୍ରଦ୍ୟୁମ୍ନ କୁମାର ଦାସ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର, ଲାଞ୍ଜିଗଡ଼ରୋଡ ସରପଞ୍ଚ ମମତା ଶବର, ପୂର୍ବତନ ଶିକ୍ଷକ ଉମାଶଙ୍କର ପଣ୍ଡା, ସୁରେଶ ଚନ୍ଦ୍ର ସାହୁ, ପ୍ଲାଷ୍ଟିକୁଡି ପ୍ରଧାନ ଶିକ୍ଷକ ଅରୁଣ କୁମାର ସାହୁ, ବରିଷ୍ଠ ସୂର୍ଯ୍ୟ ନାରାୟଣ ପଣ୍ଡା,ସମାଜସେବୀ ହରିଶଙ୍କର ପାତ୍ର ପରିଚାଳନା କମିଟି ସଭାପତି କଳାକୃଷ୍ଣ ଶବର ପ୍ରମୁଖ ଯୋଗଦେଇ ଥିଲେ। ସର୍ବ ପ୍ରଥମେ ଗଜାନନ ଶ୍ରୀ ଗଣେଶଙ୍କ ଫୋଟରେ ପୂଜାର୍ଚ୍ଚନା ପରେ  ସ୍ବାଗତ ଅଭିଭାଷଣ ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। ପୂର୍ବରୁ ବିଭିନ୍ନ କ୍ଷେତ୍ରରେ କୃତୀତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଆକର୍ଷଣୀୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ଲମ୍ବୋଦର ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷକ ସତ୍ୟବାଦୀ ନାଏକ,ନରେଶ କୁମାର ସାହୁ, ହିମାଚଳ ସାହୁ, ଜଗନ୍ନାଥ ନାଏକ, ସନ୍ଦିପ ମିଶ୍ର,କୋକିଲ ଶବର, ବିବେକ ମହାପାତ୍ର, ପ୍ରଶାନ୍ତ ପ୍ରଧାନ, ଅରୁଣ କୁମାର ପଣ୍ଡା, ଶିକ୍ଷୟିତ୍ରୀ ନମିତା ମାଝୀ, ଅଞ୍ଜଳି ସାହୁ, ପଦ୍ମିନୀ ସାହୁ,ରସ୍ମିତା ସାହୁ,ପୁଷ୍ପାଞ୍ଜଳି ପଣ୍ଡା, ସବିତା ଜଗତ, କନିଷ୍ଠ କିରାଣୀ ଆଲୋକ ମହାକୁଡ଼, ବିଦ୍ୟାଳୟ କର୍ମଚାରୀ ମମତା ନାଏକ,ଆରତୀ ପ୍ରଧାନ, ସଂକୀର୍ତ୍ତନ ଶବର,କ୍ଷୀରାବ୍ଧି ଯୁଆଡ, ସୁଦର୍ଶନ ପାତ୍ର,ସମାଜ ଶବର,ସୁନା ମାଝୀ, ଚମ୍ପା ମାଝୀ, ଗୋପିମଣି ଶବର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ।