କେସିଙ୍ଗା ର ପୂର୍ବତନ ବିଡ଼ିଓ ଙ୍କର ଗେଲରେ ରାଜସ୍ବ ଅଧିକାରୀ ଭାବେ ମନୋନୀତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗାର ପୂର୍ବତନ ବିଡ଼ିଓ ପଦ୍ମନାଭ ପୁରୋହିତ ଓଡିଶା ପ୍ରଶାସନିକ ସେବା (ଓଏଏସ) ସେବାନିବୃତ୍ତ ଅଧିକାରୀ, ଭାରତ ସରକାର ଙ୍କର ପେଟ୍ରୋଲିଅମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅନ୍ତର୍ଗତ ସରକାରୀ ଶିଳ୍ପ ଉଦ୍ୟୋଗ ମହାରତ୍ନ କମ୍ପାନୀ ଭାବରେ ଖ୍ୟାତି ଅର୍ଜନ କରିଥିବା ଗ୍ୟାସ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ (ଗେଲ) ର ରାଜସ୍ବ ଅଧିକାରୀ ଭାବରେ ଏହା ର ଝାରସୁଗୁଡା ସ୍ଥିତ କାର୍ଯ୍ୟାଳୟ ପାଇଁ ମନୋନୀତ ହୋଇଛନ୍ତି। କେନ୍ଦ୍ର ସରକାର ଙ୍କ ର ଉକ୍ତ ଉଦ୍ୟୋଗରେ ତାଙ୍କର ମନୋନୀତ ହୋଇଥିବା ରୁ ଅଞ୍ଚଳ ରେ ଖୁସି ର ଲହର ଖେଳିଯାଇଛି ଓ ତାଙ୍କୁ ଏଇ ଅଞ୍ଚଳ ର ବିଭିନ୍ନ ବୁଦ୍ଧିଜୀବୀ ତଥା ଶୁଭେଛୁ ଅଭିନନ୍ଦନ ଜଣେଇଛନ୍ତି।