ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ଉତ୍ତର ପ୍ରଦେଶର କାନପୁର ଅଞ୍ଚଳର ରାଜୁ (୩୮) ନାମକ ଜଣେ ବ୍ୟକ୍ତି ରାୟଗଡା ଜଗନ୍ନାଥ ମନ୍ଦିର ସାହିରେ ବାସ କରୁଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କର ଦେହାନ୍ତ ଘଟିଥିଲା। ଦେହାନ୍ତ ପରେ ଶବ ଦହନ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିବାରୁ ପରିସ୍ଥିତି ଅତ୍ୟନ୍ତ ଦୁଃଖଦ ହୋଇପଡ଼ିଥିଲା। ମୃତକଙ୍କ ସହିତ କେବଳ ତାଙ୍କ ସ୍ତ୍ରୀ ପିଙ୍କି ଥିବାରୁ ସେ ଅସହାୟ ଅବସ୍ଥାରେ ବଜରଙ୍ଗ ଦଳଙ୍କୁ ସହାୟତା ପାଇଁ ଅନୁରୋଧ କରିଥିଲେ। ଏହାପରେ ମାନବତାକୁ ସର୍ବୋପରି ରଖି ବଜରଙ୍ଗ ଦଳ ଓ ସ୍ୱର୍ଗଦାମ ସେବା ସମିତିର ସଦସ୍ୟମାନେ ମିଳିତ ଭାବେ ଆଗକୁ ଆସି ମୃତଦେହର ସମ୍ପୂର୍ଣ୍ଣ ଶବ ଦହନ କାର୍ଯ୍ୟ ସମ୍ମାନର ସହିତ ସମ୍ପନ୍ନ କରିଥିଲେ। ଏହି ମାନବୀୟ ସେବା ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଥିବା ସହ ସମାଜରେ ମାନବତା ଓ ସେବାଭାବର ଏକ ସୁନ୍ଦର ସନ୍ଦେଶ ପ୍ରସାର କରିଛି।
