କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଓଡିଶା ପୋଲିସର ୯୧ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏପ୍ରିଲ ୧ ତାରିଖ ଦିନ ମହାଆଡମ୍ବର ରେ ପୋଲିସ ରିଜର୍ଭ ପଡିଆ ଭବାନୀପାଟଣା ଠାରେ ପାଳନ କରାଯାଇଛି। ଏହି ଅବସରରେ ପୋଲିସ ବାହିନୀଙ୍କ ଦ୍ୱାରା ରିଜର୍ବ ପଡିଆ ଠାରେ ଅତି ସୁନ୍ଦର ପ୍ୟାରେଡ଼ ପ୍ରଦର୍ଶନ କରିବା ଦେଖାଯାଇଥିଲା। ଏଥିରେ ଜିଲାପାଳ ଏସପିଙ୍କ ସହ ବହୁ ଉଚ୍ଚ ପଦାଧିକାରୀଙ୍କ ଉପସ୍ଥିତି ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ପୋଲିସ ପଦବୀ ରେ ଶ୍ରେଷ୍ଟ ହୋଇଥିବା ପୋଲିସ କର୍ମୀ ଙ୍କୁ ଜିଲ୍ଲାପାଳ ଓ ଏସପି ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅଧିକାରୀ ଅନୁପ କୁମାର ଶତପଥିଙ୍କୁ ଚଳିତ ବର୍ଷର ଜିଲ୍ଲାର ଶ୍ରେଷ୍ଠ ଏଏସଆଇ ଭାବେ ମନୋନୀତ ହୋଇ ପୁରସ୍କୃତ ହୋଇଥିଲେ। ପ୍ରକାଶ ଥାଉକି ଶ୍ରୀଶତପଥୀ ତିନି ବର୍ଷ ଆଗରୁ କେସିଙ୍ଗା ଆଦର୍ଶ ଥାନାରେ ଦ୍ୱିତୀୟ ଅଧିକାରୀ ଭାବରେ ଯୋଗ ଦେଇ ଅଞ୍ଚଳରେ ଜଣେ ଭଲ ପରୋପକାରୀ ଓ ଜଣେ ସଚ୍ଚୋଟ ଅଧିକାରୀ ଭାବରେ କେସିଙ୍ଗାରେ ବେଶ ଜଣାଶୁଣା ଥିଲେ। ପରେ ବର୍ଷେ ତଳେ ତାଙ୍କୁ ଉତ୍କେଲା ଫାଣ୍ଡିରେ ଯୋଗ ଦେଇ ଅଞ୍ଚଳର ସେବା କରୁଛନ୍ତି। ଉତ୍କେଲା ରେ ଯୋଗ ଦେବା ପରଠୁ ଶ୍ରୀ ଶତପଥି ଫାଣ୍ଡି ପରିସରକୁ ସଜାଡି ଫାଣ୍ଡିକୁ ସୌନ୍ଦର୍ଯ୍ୟ ର ରୂପ ଦେଇ ସାଧାରଣ ଜନତାଙ୍କ ସୁରକ୍ଷା ନିମନ୍ତେ ନିଜକୁ ନିୟୋଜିତ କରିବା ସହ ନିୟମିତ ରାତ୍ରିକାଳୀନ ପେଟ୍ରୋଲିଂଗ କରି ଜନତାଙ୍କ ସହ ଉତ୍ତମ ବ୍ୟବାହାର ପାଇଁ ଅଞ୍ଚଳ ବାସୀଙ୍କ ସୁଖ ଦୁଃଖ ର ସାଥୀ ପାଲଟିଥିବା ସ୍ଥାନୀୟ ବୁଦ୍ଧିଜୀବୀ ଆଉ ସାଧାରଣ ଜନତାଙ୍କ ଠାରୁ ଶୁଣିବାକୁ ମିଳୁଛି। ପୁରସ୍କାର ମିଳିବା ପରେ ଶ୍ରୀଶତପଥି ଙ୍କୁ ବିଭିନ୍ନ ଅଞ୍ଚଳରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି।
