କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଚଳିତ ନାମ ଯଜ୍ଞ ସିଜନ୍ ରେ ସବୁ ଅଞ୍ଚଳରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଖରା ମଧ୍ୟ ଧୀରେ ଧୀରେ ନିଜର କିରଣ ପ୍ରଖର କରିବାରେ ଲାଗିଛି। କିଛି ଅଞ୍ଚଳରେ ପାରା ୪୦ ଡିଗ୍ରୀ ପାର ହୋଇ ସାରିଥିବା ବେଳେ କିଛି ଅଞ୍ଚଳରେ ପାରା ୪୦ ପାଖା ପାଖି ହେଲାଣି। ଏହାକୁ ଦୃଷ୍ଟିରେ ରଖି କେସିଙ୍ଗା ଆଖ ପାଖ ଅଞ୍ଚଳରେ ହେଉଥିବା ନାମଯଜ୍ଞରେ କେସିଙ୍ଗାର ସେବା ସଂସ୍ଥା ନାମକ ଏକ ବେସରକାରୀ ସଂସ୍ଥା ପ୍ରତ୍ୟେକ ନାମଯଜ୍ଞ ସ୍ଥାନରେ ଥଣ୍ଡା ପାନୀୟ ସହିତ ସରବତ ବଣ୍ଟନ କରି ସହରରେ ଚର୍ଚ୍ଚାରେ ଆସିଛନ୍ତି।ସଂସ୍ଥା ରେ ଆନୁମାନିକ ୧୦୦ ସଭ୍ୟ ଥିବାବେଳେ ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି ଲୋକଙ୍କୁ ଖରା ରୁ ରକ୍ଷା କରିବା ପାଇଁ ସରବତ ବଣ୍ଟନ କରୁଥିବା ସଂସ୍ଥାର ଅନ୍ୟତମ ପ୍ରମୁଖ ସଭ୍ୟ ଅର୍ଜୁନ ସାହୁ ପ୍ରକାଶ କରିବା ସହିତ ଆଗକୁ ମଧ୍ୟ ଏମିତି ମହତ କାର୍ଯ୍ୟ ଜାରି ରଖିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।
