ଆରମ୍ଭ ହେଲା ତେରଦିନାତ୍ମକ କାମନା ଦଣ୍ଡ ଯାତ୍ରା

ମ.ରାମପୁର/କ୍ରାନ୍ତି କ୍ଷେତ୍ର (ଉଦ୍ଧବ ପଣ୍ଡା) : ଦୀର୍ଘ ଦଶନ୍ଧି ଧରି କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଅଞ୍ଚଳରେ ଚାଲି ଆସିଛି କାମନା ଦଣ୍ଡ। ସ୍ବର୍ଗତ ଗୁରୁ ଦଣ୍ଡପାଣି ମାହାଖୁଡଙ୍କ ପ୍ରଚେଷ୍ଟା ଓ ତତ୍ କାଳୀନ ରାଜା ଦୁର୍ଗାମାଧବ ସିଂହ ଦେଓଙ୍କ ସହାୟତା ରେ ଗଞ୍ଜାମ ଜିଲ୍ଲାରୁ ଆସି ଏହି ଅଞ୍ଚଳରେ ଅଦ୍ୟାବଧି କାମନା ଦଣ୍ଡ ସଂସ୍କୃତି ନିରବଚ୍ଛିନ୍ନ ଭାବରେ ଚାଲିଆସିଛି। ଆଜି ସକାଳୁ ମ.ରାମପୁର ଗାଁ ଦାଣ୍ଡ ଓ ପ୍ରତ୍ୟେକ ମନ୍ଦିର ଢୋଲ, ତାଳ ଏବଂ ଘଣ୍ଟ ନାଦ ରେ ପ୍ରକମ୍ପିତ। ତେର ଭୁକ୍ତା ଓ ମାନସିକ ଧାରି ମାନେ ବ୍ରତ ଧାରଣ କରି ଶିବ ମନ୍ଦିର ରୁ ହର ଗୌରୀଙ୍କୁ ଧରି ଶ୍ରୀ କଳା ରୁଦ୍ର ମଣି ଙ୍କି ଭଜ ହେ ଧ୍ଵନି କରି ତେର ଦିନ ବ୍ରତରେ କାଳୀଙ୍କ ପ୍ରଭା, ଛତ୍ର, ମୟୂର ପିଛ ଓ ବାନା ଧରି ବାହାରି ବାହାରି ଛନ୍ତି। ମାନସିକ ଧାରୀ, ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେବା ସହିତ ଦେଶ, ରାଜ୍ୟ ଓ ଗ୍ରାମ ର ମଙ୍ଗଳ ପଇଁ ପାଇଁ ଶିବ ଶିବା ତଥା ଦଣ୍ଡ କାଳୀ ନିଜ ମନ୍ଦିର ରୁ ତେର ଦିନ ଯାତ୍ରା ରେ ବାହାରି ଛନ୍ତି। ଅଞ୍ଚଳ ରେ ଏହି କାମନା ଦଣ୍ଡ ସଂସ୍କୃତି କୁ ଆଗେଇ ନେବା ପାଇଁ ୧୧ ଗୋଟି କାମନା ଦଣ୍ଡ ଦଳ କୁ ନେଇ ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ଗଠନ ହୋଇଛି। ପରିଷଦ ର ସମ୍ପାଦକ  ପ୍ରକାଶ ଚନ୍ଦ୍ର ସାହୁଙ୍କ ସୂଚନା ଅନୁସାରେ ଆସନ୍ତା ତା ୧୧-୦୪-୨୦୨୬ ରିଖ ଶନିବାର ଦିନ ରାମପୁର ଗ୍ରାମ ପଞ୍ଚାୟତ ଅଫିସ୍ ନିକଟସ୍ଥ ସାପ୍ତାହିକ ବଜାର ପଡିଆ ରେ ନବ ଶମ୍ଭୁ ମିଳନ ସମାରୋହ ଅନୁଷ୍ଠିତ ହେବ। ସମସ୍ତ ଙ୍କ ସହଯୋଗ ଓ ସକ୍ରିୟ ଯୋଗଦାନ ପାଇଁ ଅନୁରୋଧ।

Leave a Reply

Your email address will not be published. Required fields are marked *