କଳାହାଣ୍ଡି ଜିଲ୍ଲା ନୂତନ ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଧର୍ମଗତ ବିଧାୟକ ସୁଧିର କୁମାର ପାଟଯୋଷୀଙ୍କୁ ମ, ରାମପୁର ବ୍ଲକ ଉର୍ଲାଦାନୀ ଠାରେ ମୋହନ୍ ଗିରି ମଣ୍ଡଳ ସଭାପତି ଖିଷ୍ଠଦତ୍ତ ରାଉତ ସମେତ ସମସ୍ତ ଭାରତୀୟ ଜନତା ପାର୍ଟିର କର୍ମୀମାନେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ  କରିଛନ୍ତି। ମ, ରାମପୁର ମଣ୍ଡଳ ସଭାପତି ଯାଜ୍ଞସେନ ପଣ୍ଡାଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଓ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ନମିତା ସାହୁ ପଦ୍ମଲୋଚନ ମିଶ୍ର, ଦିବାକର ବାଗ, ଶ୍ରୀକାନ୍ତ ହୋତା, ଦିବାଲୁ ପ୍ରହରାଜ, ବିଜୟ କୁମାର ମହାଖୁଡ଼, ରମେଶ ଚନ୍ଦ୍ର ମାଝୀ, ପ୍ରସାନ୍ତ କୁମାର ତ୍ରିପାଠୀ,ମଳୟ କୁମାର ତ୍ରିପାଠୀ, ମୋହନ୍ ମନହିରା, ସ୍ବାଗତ ସମ୍ବର୍ଦ୍ଧନା ପରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଜୀବେଶ କୁମାର ପଣ୍ଡା, ପୂର୍ବତନ ସରପଞ୍ଚ ତଥା ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ର ଉପସଭାପତି ଚିତରଞ୍ଜନ ବାଗ ଓପଢୋକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଶୁଭେଚ୍ଛା ଅଭିନନ୍ଦନ ଜଣାଇଥିଲେ। ଏଥିରେ ଶହଶହ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଯୋଗଦେଇଥିଲେ।