ଆମ ପୋଷାକ ଆମ ପରିଚୟ କାର୍ଯ୍ୟକ୍ରମ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଭାବରେ ପାଳିତ ହୋଇଯାଇଛି। ଏହି କ୍ରମରେ ସମସ୍ତ କର୍ମଚାରୀ ମାନେ ହସ୍ତତନ୍ତ ବୁଣା ପୋଷାକ ପରିଧାନ କରି କାର୍ଯ୍ୟରେ ଯୋଗଦାନ କରିଥିଲେ। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ ସାଧାରଣ, ନବୀନ ଚନ୍ଦ୍ର ନୟକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ନିହାର ରଞ୍ଜନ କହଁର ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ କାର୍ଯ୍ୟକ୍ରମରଜ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀ ମିନତୀ ଦେଓ, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଏଲିଜାବେଥ ଗୋରଡା, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଜିଲ୍ଲା ପଂଚାୟତ ଅଧିକାରୀ ସୂର୍ଯ୍ୟ ନାରାୟଣ ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମହାଦେବ ସିଛୁଆନ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ପାରମ୍ପରିକ ପୋଷାକ ପରିଧାନ ଓ ବୁଣାକାର ମାନଙ୍କ ଜୀବନ ଧାରଣଲାର ମାନ ବୃଦ୍ଧି କରିବାସହ ଆଞ୍ଚଳିକ ପରିଚୟ ପରିପ୍ରକାଶ କରିଥାଏ ବୋଲି ଅତିଥି ମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ଯୋଗଦେଇଥିବା ଡେପୁଟି କଲେକଟର ଓଡ଼ିଆ ସହକାରୀ ଜିଲ୍ଲାପାଳ ଶ୍ରୀ ଅରବିନ୍ଦ ପ୍ରଧାନ,ମାନୁଇଲା ପ୍ରିୟଦର୍ଶିନୀ, ଭଡାଲ ରାଣୀ, କଳିଙ୍ଗ କୁମାର ପୂଜାରୀ, ଶମୀ ରଞ୍ଜନ ଭୂୟାଁ , ପଲ୍ଲବୀ ସରକାର , ପି . ଅଙ୍କିତା ଦୋରା, ମନଭଞ୍ଜନ କହଁର, ବରିଷ୍ଠ ସାମ୍ବାଦିକ ବି ନାଗରଜୁ, ରଞ୍ଜନ ମହାନ୍ତି, ରାଜସ୍ୱ ସହାୟକ ମାନସ ସାହୁ, ଦେବାନନ୍ଦ ରଥ, ମାରିୟନା କିରୋ,ଚିତ୍ତରଞ୍ଜନ ବେହେରା,ସୁଭାଷ କେରକେଟା, ସମ୍ରାଟ ସାହୁ, ରାଜେନ୍ଦ୍ର ଦୋରା, କବିର ସଗଡ଼ିଆ, ରଂଜିତ, ଚନ୍ଦ୍ରକାନ୍ତ ଆଦି ବହୁ କର୍ମଚାରୀ ଯୋଗଦେଇଥିଲେ।