କେସିଙ୍ଗା ରେଳ ଷ୍ଟେସନରୁ ଲକ୍ଷାଧିକ ଟଙ୍କା ଜବତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଶୁକ୍ରବାର ସନ୍ଧ୍ୟା ସମୟରେ କୌଣସି ସୂତ୍ରରୁ ଖବର ପାଇ ରେଳବାଇ ପୋଲିସ ର ସ୍ପେସିଆଲ ସ୍କୁଆଡ ଟିମ ଟ୍ରେନରେ ଆସି କେସିଙ୍ଗା ରେଳ ଷ୍ଟେସନରେ ୱେଷ୍ଟ ବେଙ୍ଗଲର ଜଣେ ବଙ୍ଗାଳୀ ଯୁବକ ଠାରୁ ଲକ୍ଷାଧିକ ଟଙ୍କା ( ପ୍ରାୟ ୪୦ ଲକ୍ଷ) ଜବତ କରିଥିବା ଖବର ମିଳିଛି। ସୂଚନା ଅନୁଯାୟୀ ଉକ୍ତ ବଙ୍ଗାଳୀ ଯୁବକ ଟି କେସିଙ୍ଗା ରୁ ହିଁ ଟଙ୍କା ନେଇ ପଶ୍ଚିମବଙ୍ଗ ଯାଉଥିବା ଶୁଣିବାକୁ ମିଳୁଛି। ସୂଚନା ଅନୁଯାୟୀ ଯୁବକର ନାମ ପ୍ରଭାତ ସାମୁଏଲ୍ । ଉକ୍ତ ଯୁବକକୁ ରେଳବାଇ ପୋଲିସ ସଙ୍ଗେ ସଙ୍ଗେ ଟିଟଲାଗଡ ରେ ଥିବା ଆରପିଏଫ ଥାନାକୁ ନେଇ ଚାଲି ଯାଇଥିଲା। ଉକ୍ତ ଯୁବକଟି କେସିଙ୍ଗା ରୁ କୌଣସି ଜଣେ ବ୍ୟବସାୟୀ ଙ୍କ ଠାରୁ ୪୦ ଲକ୍ଷ ଟଙ୍କା ନେଇ ଛତିଶଗଡ ର ରାୟପୁର କୁ ବିବାହ ପାଇଁ ଟଙ୍କା ନେଇକି ଯାଉଥିବା ଗଣମାଧ୍ୟମ ପ୍ରତିନିଧି ଙ୍କୁ ପ୍ରକାଶ କରୁଥିବାବେଳେ ଆଜିର ଆଧୁନିକ ଇଣ୍ଟରନେଟ ଯୁଗରେ ଏତେ ପଇସା ଗୋଟେ ବ୍ୟାଗ୍ ରେ ଧରି ଗୋଟିଏ ରାଜ୍ୟ ରୁ ଅନ୍ୟ ରାଜ୍ୟ କୁ ଯିବା ନିହାତି ପକ୍ଷେ ସନ୍ଦେହ ସୃଷ୍ଟି କରୁଛି। ରେଳବାଇ ପୋଲିସ ଏତେ ଟଙ୍କା କୋଉଠୁ ଆସିଲା କେସିଙ୍ଗା ରେ ତାକୁ ଏତେ ଟଙ୍କା କିଏ ଦେଲା ଅଟକ ରହିଥିବା ଯୁବକ କଥାରେ କେତେ ସତ୍ୟା ସତ୍ୟ ଅଛି ତାହାର ତଦନ୍ତ କରୁଥିବା ଶୁଣିବାକୁ ମିଳୁଛି। ସେପଟେ ୱେଷ୍ଟ ବେଙ୍ଗଲ ରେ ଆଗକୁ ନିର୍ବାଚନ ଥିବା ବେଳେ ଜଣେ ବଙ୍ଗାଳୀ ଯୁବକ ଠାରୁ ଲକ୍ଷାଧିକ ଟଙ୍କା ଜବତ ବେଙ୍ଗଲ ନିର୍ବାଚନ ରେ ଖର୍ଚ୍ଚ ପାଇଁ ଯାଉଥିବା ଅନୁମାନ କରାଯାଉଛି। ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡ଼ିବା ସହିତ କେସିଙ୍ଗା ରେ କିଏ ଓ କାହିଁକି ସେହି ଯୁବକକୁ ଏତେ ଟଙ୍କା ଦେଇଥିଲା ଜଣା ପଡ଼ିବ। ଏ ସମ୍ପର୍କରେ ଟିଟଲାଗଡ ରେଳ ବାଇ ପୋଲିସ କୁ ଯୋଗାଯୋଗ ପାଇଁ ଚେଷ୍ଠା କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।