ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ କୋଠା ଉଦଘାଟନ

ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା  ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରାଣୀତା ଦାସଙ୍କ କର କମଳରେ ଉଦଘାଟିତ ହୋଇଯାଇଛି। ଉପଜିଲ୍ଲାପାଳ କୁ ଛାତ୍ର ଛାତ୍ରୀମାନେ ପ୍ରଥମେ ବାଜା ବଜାଇ ପାରମ୍ପରିକ ନୃତ୍ୟ ପରିବେଶଣ କରି ମହାବିଦ୍ୟାଳୟ ର ମୁଖ୍ୟ ଦ୍ୱାର ଠାରୁ ନୂତନ କୋଠା ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ପରଜ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅତିଥି ପରିଚୟ ଡ଼କ୍ଟର ମଞ୍ଜୁଳା ମହାପାତ୍ର ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡ଼କ୍ଟର ସୁନୀଲ କୁମାର ପତ୍ର ଉଦବୋଧନ ଦେଇ ଆଜିର ଏ ଆଇ ଯୁଗରେ ଛାତ୍ର ଛାତ୍ରୀ ମାନେ ଯଦି ସାମିଲ ହେବେ ତାହାହେଲେ ଡିଜିଟାଲ ଦୁନିଆରେ ନିଜକୁ ସାମିଲ କରିବା ସହିତ ଯୋଗାପଯୋଗୀ ହୋଇପାରିବେ। ସଭାକୁ ସଫଳ କରିବା ପାଇଁ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ। ସଭା ଶେଷରେ ଅଧ୍ୟାପିକା ପଦ୍ମାବତୀ ଧନ୍ୟବାଦ ଅର୍ପଣ କରିଥିଲେ।