ଅଗ୍ନିକାଣ୍ଡରେ ଘରପୋଡ଼ି ପାଉଁଶ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ପଂଚାୟତର ବେନ୍ୟାଗୁଡା ଗ୍ରାମର ଦଶବନ୍ଧୁ ମାଳିଙ୍କ ଘରେ ନିଆଁ ଲାଗିଯିବାରୁ ଘର ସମେତ ସମସ୍ତ ଆସବାବପତ୍ର ପୋଡ଼ି ହୋଇଯାଇଛି। ସୂଚନା ଅନୁସାରେ, ଘରେ ତାଲା ପକାଇ ଦଶବନ୍ଧୁ ସପରିବାର ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ହଠାତ୍‌ ବିଳମ୍ବିତ ରାତିରେ ଘରେ ନିଆଁ ଲାଗି ଯାଇଥିଲା। ସକାଳୁ ସାହି ପଡ଼ିଶା ଲୋକ ଦଶବନ୍ଧୁ ମାଳିଙ୍କୁ ଖବର ଦେଇଥିଲେ। ନିଆଁ ଲାଗିବାର କାରଣ ଜଣାପଡି ନ ଥିଲେ ମଧ୍ୟ ଘରେ ଥିବା ଆସବାବପତ୍ର, ଆଧାର କାର୍ଡ, ଚାଉଳ କାର୍ଡ, ନଗଦ ୫ହଜାର ଟଙ୍କା, କାଜୁ ମଞ୍ଜି ୫୦କେଜି ପୋଡି ପାଉଁଶ ହୋଇ ଯାଇଛି। ଦଶବନ୍ଧୁଙ୍କ ପରିବାର କହିଲେ, ଦୁଇ ଝିଅ, ଗୋଟିଏ ପୁଅ ଓ ସ୍ତ୍ରୀ ସୁମିତ୍ରା। ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ କୁଲି ମଜୁରି କରି ପରିବାର ଚଳୁଛନ୍ତି। ପ୍ରଶାସନ ତରଫରୁ ଏ ଯାଏଁ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ। ପାଞ୍ଚ ଜଣ ପ୍ରାଣୀ ପାଇଁ ମାତ୍ର ୫କିଗ୍ରା ଚାଉଳ ମିଳୁଛି। ପ୍ରଶାସନ ତରଫରୁ ଉକ୍ତ ପରିବାରକୁ ସାହାଯ୍ୟ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *