ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକରେ ଆଞ୍ଚଳିକ ରାଜ ମିସ୍ତ୍ରୀ ସଂଘ ପକ୍ଷରୁ ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ ସଂଘ ସଭାପତି ଛବିଲାଳ ରଣାଙ୍କ ନେତୃତ୍ବରେ ପାଳନ ହୋଇଯାଇଛି। ସ୍ଥାନୀୟ ଚାରି ଛକଠାରୁ ବିଭିନ୍ନ ନାରାବାଜି ଦେଇ ବିରାଟ ପଟୁଆରରେ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ସ୍ଥାନୀୟ କୋର୍ଟ ପର୍ଯ୍ୟନ୍ତ ଶୋଭାଯାତ୍ରା ହୋଇ ଥିଲା। ଏଥିରେ ଉପସଭାପତି ତନୁଜ ସାହୁ, ସହସମ୍ପାଦକ ଅରୁଣ ସାହୁ, କୋଷାଧ୍ୟକ୍ଷ ରାଜେନ୍ଦ୍ର ସାହୁ, ଝରିନ୍ର ରଣା, ବାବୁନା ଗୈାଡ, ବରିଷ୍ଠ ରାଜମିସ୍ତ୍ରୀ ଗଙ୍ଗାଧର ସୁନା ପ୍ରମୁଖ ଶହ ଶହ ରାଜ ମିସ୍ତ୍ରୀ ଯୋଗଦେଇ ଶାନ୍ତି ଶୃଙ୍ଖଳାରେ ଶ୍ରମିକ ଦିବସ ପାଳନ କରିଥିଲେ।

