ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଧୀନସ୍ଥ ତାଲଗୁଡ଼ ଗ୍ରାମରେ ଗୋହତ୍ୟା ଅଭିଯୋଗକୁ ନେଇ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ, ଗ୍ରାମର କିଛି ଯୁବକ ଗୋହତ୍ୟା କରୁଥିବାବେଳେ ସ୍ଥାନୀୟ ଲୋକମାନେ ଏହାକୁ ଦେଖିଥିଲେ। ଘଟଣା ପରେ ଗ୍ରାମବାସୀମାନେ ତୁରନ୍ତ ଜୟପାଟଣା ପୋଲିସକୁ ଖବର ଦେଇଥିଲେ। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜୟପାଟଣା ଓ ମୁଖିଗୁଡ଼ା ପୋଲିସର ଏକ ମିଳିତ ଦଳ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ। ପୋଲିସ ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ କାବୁ କରି ଥାନାରେ ଅଟକ ରଖିଛନ୍ତି ଏବଂ ତାଙ୍କୁ ପଚରାଉଚାରା କରାଯାଉଛି। ଏପର୍ଯ୍ୟନ୍ତ ଏହି ଘଟଣାରେ ଅଧିକ ଲୋକ ଜଡିତ ଥିବା ସନ୍ଦେହ କରାଯାଉଥିବାରୁ ପୋଲିସ ତଦନ୍ତ ଜାରି ରଖିଛି।

