କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଗତ ୧୦ ତାରିଖ ରାତିରେ କେସିଙ୍ଗା ସହରର ମଧ୍ୟ ଭାଗରେ ଥିବା ଆମ୍ବେଦକର ଛକ ରେ ଏନ୍ ଏଚ ୨୬ କଡ଼ରେ ପ୍ରାୟ ଦେଢ଼ଶହ ବର୍ଷ ର ପୁରୁଣା ଅଶ୍ବସ୍ତ ( ପିପଲ) ଗଛଭାଙ୍ଗି ଆଜକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଏନ୍ ଏଚ କଡ଼ରେ ଗଛର ବଡ଼ ବଡ଼ ଗଣ୍ଡି ସହିତ ଗଛ ର ଛୋଟଛୋଟ କାଣ୍ଡ ଓ ପତ୍ର ସେମିତି ରାସ୍ତା ଉପରେ ପଡ଼ିରହିଛି। ଏନ୍ଏଚ କଡ ହୋଇ ଥିବାରୁ ଦିନ ରାତି ୨୪ ଘଣ୍ଟା ଦୁର୍ଘଟଣାର ଭୟ ରହୁଛି। ଗୋଟିଏ ପଟେ ଜାତୀୟ ରାଜପଥ କଡ ଓ ଅନ୍ୟପଟେ ଚାରି ଛକ ହୋଇ ଥିବାରୁ ବଡ଼ବଡ଼ ଗାଡ଼ି କୁ ଯିବା ଆସିବାରେ ଚାଲକ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ୧୦ ତାରିଖରେ ଗଛ ପଡ଼ିଯିବା ପରେ ସଙ୍ଗେ ସଙ୍ଗେ କେସିଙ୍ଗା ଦମକଳ ବାହିନୀ ଭୋର୍ ରୁ ଆସି ଗଛ କାଟି ଗଛର ଗଣ୍ଡୀ ରାସ୍ତା ରେ କଡ କରି ନିଜ କାମ ସାରି ଦେଇଥିବା ବେଳେ ସେହି ରାଜପଥ କଡ଼ରେ ପଡ଼ିଥିବା ଗଛ ର ବଡ଼ ବଡ଼ ଗଣ୍ଡି କୁ କିଏ ସାଇଡ କରିବ ଜାଣି ହେଉନାହିଁ। ବନ ବିଭାଗ କରିବ ନା ଜାତୀୟ ରାଜପଥ ବିଭାଗ କରିବ ନା ଜାତୀୟ ରାଜପଥ ର ମରାମତି ଓ ରକ୍ଷଣ ବେକ୍ଷଣ ପାଇଁ ଦାଇତ୍ୱ ନେଇଥିବା ଠିକା ସଂସ୍ଥା କରିବ ନା କେସିଙ୍ଗା ସହରକୁ ଆବର୍ଜନା ମୁକ୍ତ କରିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହର ସଫେଇ ପାଇଁ ଠିକା ନେଇଥିବା ଠିକା ସଂସ୍ଥା ସଫା କରିବ ଜଣା ପଡୁନାହିଁ। ଯିଏ ସଫା କରିବା କରୁ କିନ୍ତୁ ଯଥା ଶୀଘ୍ର ଉକ୍ତ ସ୍ଥାନରୁ ଗଛ ର ଗଣ୍ଡି ଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।

