ଶୀତଳ ଷଷ୍ଠୀ ମହୋତ୍ସବ ପାଇଁ ଚଳ ଚଞ୍ଚଳ କେସିଙ୍ଗା ସହର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲାର ଧର୍ମ ନଗରୀ କେସିଙ୍ଗା ର ୱାର୍ଡ ନଂ ୧୦ ର ଶୀତଳ ଷଷ୍ଠୀ କମିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହରର ପାହାଡ଼ ଉପରେ ଥିବା ଧବଳେଶ୍ଵର ମନ୍ଦିରରେ ଧୁମଧାମରେ ଶିବ ପାର୍ବତୀ ବିବାହ ସମ୍ପନ୍ନ ହୋଇଛି। ଚଳିତ ବର୍ଷ ବର ପକ୍ଷ ଭାବରେ ଗୋଲାପି ବାଗ ଓ ଯୁବରାଜ ବାଗ ଙ୍କୁ ଦାଇତ୍ୱ ମିଳିଥିବା ବେଳେ କନ୍ୟା ପକ୍ଷ ଭାବରେ ଭୂମିସୁତା ବଛା ଓ ଧରଣୀ ବଛାଙ୍କୁ ବିବାହର ଗୁରୁତ୍ଵ ପୂର୍ଣ୍ଣ ଦାଇତ୍ୱ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଅନୁଯାୟୀ ଗୁରୁବାର ସକାଳ ୧୦ ଘଣ୍ଟା ରୁ ୨ ଘଣ୍ଟା ମଧ୍ୟରେ ଅଳଙ୍କାର ଧାରଣ ପୂଜାବିଧି ଅନୁଷ୍ଠିତ ହୋଇ ଥିବା ବେଳେ ସନ୍ଧ୍ୟା ୬ ଘଣ୍ଟା ସମୟରୁ ବରାନୁଗମନ ସହିତ ଉତ୍ସବ ଆରମ୍ଭ ହୋଇଥିଲା।ସହରର ହଜାର ହଜାର ସଂଖ୍ୟାରେ ଆବାଳ ବୃଦ୍ଧ ବନିତା ବରଯାତ୍ରୀ ସାଜି ବାଜା, ଡିଯେ,ରୋଷଣୀ, ବାଣ ଫୁଟାଇ ନାଚ ଗୀତରେ ସହର ପରିକ୍ରମା କରି ଶେଷରେ ଧବଳେଶ୍ଵର ମନ୍ଦିର ରେ ବରଯାତ୍ରୀ ପହଞ୍ଚି ଥିଲେ।ପରେ ସମୟାନୁସାରେ ରାତ୍ର ୧୧ .୪୦ ରୁ ୧.୩୦ ମଧ୍ୟରେ ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କମିଟି ର ସଭାପତି ସାନ ସରାଫ, ସମ୍ପାଦକ ଦିନ ସାହୁ ଓ ତେଜରାଜ୍ ସାହୁ, ଉପ ସଭାପତି ମିଥୁନ ବଗର୍ତ୍ତି, କୋଷାଧ୍ୟକ୍ଷ ଅଭିରାମ କରୁଆଁ, ଜୟନ୍ତ ବିଶି, ଅଜୟ ବଗର୍ତ୍ତି, ଲିଲୁ ମାଝୀ, ସିନାଞ୍ଚଳ ବାଗ,କୃଷ୍ଣ ଦୋରା, ପ୍ରବୀଣ ବିଶି ଓ ଉଦ୍ଧବ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ବିବାହ ଉତ୍ସବରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *