ସକ୍ରିୟ ହେଲେଣି ଚୋର : ଘରେ ପଶି ଲୁଟିନେଲେ ଟଙ୍କା ଓ ସୁନା ଗହଣା 

ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ) : କୋକସରା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରୀ ଡକାୟତି ବଢ଼ିବାରେ ଲାଗିଛି। ଆଜି ବିଳମ୍ବିତ ରାତିରେ କବାଟ ଭାଙ୍ଗି ଜଣକର ଘରେ ପଶି ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସୁଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ମିର୍ଜାପୁର ଗ୍ରାମର ଭୁବନେଶ୍ୱର ନାଗଙ୍କ ଘରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ କହିବା ଅନୁସାରେ ତିନି ଭରି ସୁନା ଏବଂ ଏକ ଲକ୍ଷ ଟଙ୍କା ଚୋରି ହୋଇ ଥିବା ଘଟଣା ନିଜେ ଭୁବନେଶ୍ୱର ନାଗ ପ୍ରକାଶ କରିଛନ୍ତି। ସେ ଜଣେ ଦିନ ମଜୁରିଆ ଭାବରେ କାମକରି ଆଗକୁ ପୁଅ ବିବାହ କରିବା ଆଶା ନେଇ କିଛି ସଂଚୟ କରି ରଖିଥିଲା, ହେଲେ ଶେଷକୁ ଚୋର କଳାକନା ବୁଲେଇ ଦେଇଥିବାରୁ ପରିବାରରେ ଦୁଖଃଦ ସ୍ଥିତି ଦେଖିବାକୁ ମିଳିଛି। ଏନେଇ ଭୁବନେଶ୍ୱର ନାଗ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିବା ଖବର ମିଳିଛି।

Leave a Reply

Your email address will not be published. Required fields are marked *