ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ସମ୍ମିଳନୀ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରଦ କୁମାର ସେଠୀଙ୍କ ଅଧ୍ୟକ୍ଷତା ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ, ମୁଖ୍ୟ ବକ୍ତା ଭାବେ ସାଂସଦ ବ୍ଲକ ପ୍ରତିନିଧି ପଦ୍ମଲୋଚନ ମିଶ୍ର, ସହକାରୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଆଇଟିଆଇ ର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ, ଡିଆଇସି ଏଆଇ ଓ ଅଂଶୁଯମାନ ଦାଶ, ମ, ରାମପୁର ର ଶିଳ୍ପ ଉଦ୍ୟୋଗ ତଥା ସମାଜସେବୀ ବିଭୂପ୍ରସାଦ ସାହୁ,ମ, ରାମପୁର ମଣ୍ଡଳ ସଭାପତି ଯାଜ୍ଞସେନ ପଣ୍ଡା, ମୋହନ ଗିରି ମଣ୍ଡଳ ସଭାପତି ଖିଷ୍ଟଦତ୍ ରାଉତ,ଦୟାନିଧି ଦାତୀ, ଜିତେନ୍ଦ୍ର ସାହୁ, ଯୋଗଦେଇ ଥିବା ବେଳେ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ବିସିସିଆଇପିଓ ଦେବସ୍ମିତା ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ନାଏକ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରାଶି ମାଝୀ, ପ୍ରଗତି ସହାୟକ କୁଳମଣି ସିଂ ରାୟ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

