ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଯୋଗ ମାଧ୍ୟମରେ ନିରୋଗ ଜୀବନଯାପନ ଓ ସୁସ୍ଥ ସମାଜ ଗଠନର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବକ୍ତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗ ପ୍ରଚାର ଏବଂ ସୁସ୍ଥ ଭାରତ ଗଠନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖାଯାଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଗୋଲାମୁଣ୍ଡା ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ନାୟକ, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା, ଗୋଲାମୁଣ୍ଡା ବ୍ଲକ ଯୋଗ ସମିତିର ସହ-ସଂଯୋଜକ ବ୍ରହ୍ମା ପ୍ରସାଦ କାଣ୍ଡ ଏବଂ ଯୋଗ ଶିକ୍ଷକ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଯୋଗାଭ୍ୟାସ କରାଇଥିଲେ।ସେହିପରି ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, ସମୀର ସାହୁ, ବିପିସି ମଧୁସୂଦନ ସାହୁ, ଡବ୍ଲୁଇଓ ସୁବ୍ରତ ମିଶ୍ର, ଯୋଗଣ ଅଧିକାରୀ ମୁରଲୀଧର ହାଁସଦା, ମିଶନ ଶକ୍ତିର ରାଜେନ୍ଦ୍ର ମଝିଆ ସେକ୍, ଦିନେଶ ପାନକା, ବିଏସଏସଓ ଚନ୍ଦ୍ରହାସ୍ୟ ବିହାରୀ, ଓଏଲଏମ୍ ଅଜୟ ମାଝୀ, ଅଙ୍ଗନବାଡ଼ି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟା ଏବଂ ବହୁ ସଂଖ୍ୟକ ଯୋଗପ୍ରେମୀ ଓ ସାଧାରଣ ଜନତା ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଯୋଗର ମହତ୍ତ୍ୱ ଓ ଦୈନନ୍ଦିନ ଜୀବନରେ ଏହାର ଆବଶ୍ୟକତା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଯାଇଥିଲା।

