ମ, ରାମପୁର ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲାର ମ, ରାମପୁର ବ୍ଲକ ସଦର ମହକୁମା ଦୁର୍ଗାମାଧବ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରଦ କୁମାର ସେଠୀଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି। ଯୋଗ ମାଧ୍ୟମରେ ନିରୋଗ ଜୀବନଯାପନ ଓ ସୁସ୍ଥ ସମାଜ ଗଠନର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଯୋଗ ପ୍ରଚାର ଏବଂ ସୁସ୍ଥ ଭାରତ ଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖାଯାଇପାରିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବକ୍ତବ୍ୟ ରଖିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ଆଶାବନ ଯୋନୀ ଯୋଗଦେଇ ଥିବାବେଳେ ଦେଡସୁଲି ପଞ୍ଚାୟତ ସମିତି ସଭ୍ୟ ତଥା ମ, ରାମପୁର ମଣ୍ଡଳ ସଭାପତି ଯାଜ୍ଞସେନ ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ କୁମାର ପ୍ରଧାନ ଯୋଗଦେଇ ଥିବା ବେଳେ ଯୋଗ ପ୍ରଶିକ୍ଷଣ ଶିକ୍ଷକ ତଥା ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ୟ ସୁରେସନ ମହାକୁଡ଼ ଯୋଗଦେଇ ଯୋଗ ପ୍ରଶିକ୍ଷଣ ଦେଇଥିଲେ। ଏଥିରେ ସହକାରୀ ଯନ୍ତ୍ରୀ ରବିନ୍ଦ୍ର ସିଂ ଯାଦବ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ନାଏକ, ଏପିଓ ଅଭିଲାଷା ସିଂହଦେଓ, ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା, ସୁଭେନ ପଟ୍ଟନାୟକ, ଅଭିରାମ ନନ୍ଦ,, ଆଇନଜୀବୀ ବିଜୟ କୁମାର ମହାକୁଡ଼, ପୋଲିସ ବିଭାଗର ଅଭିରାମ ରାଓ, ସିଆରପିସିଏସ, ଏମବିକେ, ଓଏଲମ କର୍ମଚାରୀ ପ୍ରମୁଖ ଯୋଗ ଅଭ୍ୟାସରେ ସାମିଲ ହୋଇଥିଲେ। ସାମ୍ବାଦିକ, ଯୁବକ ସଂଘ, ଆଦି ଅନୁଷ୍ଠାନର ସଦସ୍ୟ ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ସାହୁ ପରିଚାଳନା କରିଥିଲେ ସେଷରେ ଅତି ରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *