ଏନଏସିରେ ହୋଇଥିବା ଦୁର୍ନୀତିର ହେବ ତଦନ୍ତ : ଧାରଣା ରୁ ଉଠିଲେ ଦୁଇ କାଉନସିଲର

ବାଲିଗୁଡା/କ୍ରାନ୍ତିକ୍ଷେତ୍ର (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିର ଦୁଇ କଂଗ୍ରେସ କାଉନସିଲରଙ୍କ ଧାରଣା ତୃତୀୟ ଦିନରେ। ଗତକାଲି ଠାରୁ ଧାରଣାରେ ବସିଥିଲେ ହେଲେ ରାତି ପ୍ରାୟ ୮ ଟାରେ ଏନଏସି କାର୍ଯ୍ୟାଳୟ କୁ ଉପଜିଲ୍ଲାପାଳ ପ୍ରଣୀତା ଦାସ ଓ ଏସଡିପିଓ ଶୁଭମ ଭୋଶଲେ ଆସି ଧାରଣା ରେ ବସିଥିବା ଦୁଇ କାଉସିଲର ଅଜୟ ଦିଗାଲ ଓ ଆଲୋକ ନାୟକଙ୍କୁ କାର୍ଯ୍ୟାଳୟ ପରିସରକୁ ଡାକି ତିନି ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ରୁଦ୍ଧ ଦ୍ଵାର ବୈଠକ ଚାଲିଥିଲା। ଏନଏସି ର ଆୟ ବ୍ୟୟ ଭିଜିଲାନ୍ସ ତଦନ୍ତ ହେବା ସହ ସିଏଜି ତଦନ୍ତ କରାଯିବ କହି ଲିଖିତ ପ୍ରତିଶୃତି ଦେବା ପରେ ସେମାନେ ଧାରଣା ରୁ ହଟିଥିଲେ।  ଏହି ଦୁଇ କାଉସିଲର ଏନଏସିର ଆୟୋବ୍ୟୟ ହିସାବ ପ୍ରଦାନ କରାଯାଉନାହିଁ। ସମସ୍ତ ବିକାଶ ମୂଳକ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯାଉ ଏଭଲି ଅନେକ ପ୍ରମୁଖ ଅଭିଯୋଗ ରଖିଥିଲେ। ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *