ଭୂମିହୀନ ହେମାଙ୍ଗିନୀଙ୍କ ଆଶା ପୂରଣ କେବେ?

ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତିପ୍ରକାଶ ମିଶ୍ର) : ଆଠମଲ୍ଲିକ ଏନଏସି ର ଭୋଟର ହେମାଙ୍ଗିନୀ ମହାପାତ୍ର ଓ ତାଙ୍କ ପୁତ୍ର ରଞ୍ଜିତ ମହାପାତ୍ର ଭୂମିହୀନ ହୋଇଥିବା ବେଳେ ଆବାସ ଯୋଜନା ରୁ ବଞ୍ଚିତ ହୋଇ ଦୀର୍ଘ କୋଡିଏ ବର୍ଷ ରୁ ଉର୍ଦ୍ଧ୍ବ ହେଲା ବାର ଦୁଆର ଶୁଣ୍ଢୀ ପିଣ୍ଡା ହେଉ ଥିବାର ଦେଖା ଯାଉଛି। ପ୍ରଶାସନ ନିକଟରେ ବହୁ ବାର ଆବେଦନ କରି କାକୁତି ମିନତୀ ହୋଇ ଗୁହାରି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ଡିହ ଯୋଗେଇ ଦିଆ ଯାଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ସରକାରଙ୍କ ତରଫରୁ ରାସନ କାର୍ଡ ରେ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ ମଧ୍ୟ ଘର ଅଭାବ ରୁ ବିବାହ ଯୋଗ୍ୟ ପୁତ୍ର କୁ ବିବାହ କରି ନପାରି ଅଳ୍ପ ଭଡ଼ା ଦେଇ ଏକ ଭଡ଼ା ଘରେ ରହୁଥିବାର ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଜାଗା ମିଶନ ରେ ଅନେକ ହିତାଧିକାରୀ ଙ୍କୁ ଭୂମି ପଟା ବଣ୍ଟନ କରିଥିଲେ ମଧ୍ୟ ହେମାଙ୍ଗିନୀ କିପରି ଭାବରେ ପ୍ରଶାସନିକ ଦୃଷ୍ଟି ଆଢୁଆଳ ରେ ରହିଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୀର୍ଘ କୋଡିଏ ବର୍ଷ ହେଲା ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି ଙ୍କୁ ହାରି ଗୁହାରି କରୁଥିଲେ ମଧ୍ୟ ଫଳ ଘର ଶୂନ ହୋଇ ଥିବାରୁ ସେ ଦୁଃଖ ର ସହିତ ଆଉ କାହାକୁ ଜଣେଇବି ବୋଲି ଗଣ ମାଧ୍ୟମ ପ୍ରତିନିଧି ଙ୍କ ଆଗରେ ପ୍ରକାଶ କରିଥିଲେ। ସରକାର ଙ୍କ ତରଫରୁ ଯୁଦ୍ଧକାଳିନ ଭିତ୍ତି ରେ ଭୂମିହୀନ ହିସାବ ରେ ତାଙ୍କୁ ଘର ଡିହ ଯୋଗାଇ ଦିଆ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ସେ ଆକୁଳ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *