ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତିପ୍ରକାଶ ମିଶ୍ର) : କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ନଗର ବିଜେପି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ କରା ଯାଇଥିବା ବେଳେ ପୂର୍ବାହ୍ନ ୯ ଟା ରେ ସ୍ଥାନୀୟ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା, ବାଳା ଶ୍ରମ ଓ ହଷ୍ଟେଲ ର ଅନ୍ତେବାସୀ ଙ୍କୁ ଫଳ ବଣ୍ଟନ କରା ଯାଇଥିଲା। ସହର ଉପକଣ୍ଠରେ ଥିବା ଏକ ଆମ୍ବ ବଗିଚା ରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ କରା ଯାଇ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ସମସ୍ତେ ଏକଜୁଟ ହୋଇ ଦଳ ପାଇଁ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ। ସେହିପରି ସନ୍ଧ୍ୟା ରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କ ଦୀର୍ଘାୟୁ ଜୀବନ କାମନା କରି ସାମୁହିକ ଦୀପ ଦାନ କରା ଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ରେ ନଗର ମଣ୍ଡଳ ସଭାପତି ଶୈଳବାଳା ଅମାନ୍ତ, କାଉନସିଲର ନୂତନ ବେହେରା, ଯୁବ ନେତା ପିନା ପାଣିଗ୍ରାହୀ, ସୁବୋଧ ମିଶ୍ର, ରାଜେଶ ମିଶ୍ର, ପ୍ରାଣ ବନ୍ଧୁ ମେଣ୍ଡୁଲି, ସୁଶାନ୍ତ ପ୍ରଧାନ, ସୁଶୀଲ ମହାକୁଡ଼, ଦିଲ୍ଲୀପ ପାତ୍ର, ବିଜୟ ପାତ୍ର, ପ୍ରଭାକର କଅଁର, ପାର୍ଥ ସାରଥୀ ବେହେରା,ଭୁଜଙ୍ଗ ଭୂଷଣ ଶତପଥି, ଗୁପ୍ତେଶ୍ୱର ଘିବାଲା, ଶିବାଶିଷ ରାଉତ,ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।
