ସ୍ୱାସ୍ଥ୍ୟ ବିଭାଗ ତରଫରୁ ପୋଲସ ପୋଲିଓ ଅଭିଯାନ

ଆଠଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତିପ୍ରକାଶ ମିଶ୍ର) : ସ୍ୱାସ୍ଥ୍ୟ ବିଭାଗ ତରଫରୁ ପୋଲସ ପୋଲିଓ ଅଭିଯାନରେ ଆଠମଲ୍ଲିକ ବ୍ଲକ ଓ ଏନଏସି ଅଞ୍ଚଳ ରେ ବିଭିନ୍ନ ବୁଥ ମାଧ୍ୟମ ରେ ଛୋଟ ଛୋଟ ଶିଶୁ ମାନଙ୍କୁ ପୋଲସ ପୋଲିଓ ବୁନ୍ଦା ଖୁଆ ଯାଇଥିବା ଜଣା ପଡିଛି। ଏନଏସି ଅଞ୍ଚଳ ରେ ମେଡିକାଲ ପରିସରରେ ଓ ବସ ଷ୍ଟାଣ୍ଡ ଓ ବରଙ୍ଗା ସ୍କୁଲ ରେ ପୋଲିଓ ବୁନ୍ଦା ଦେବାର ବ୍ୟବସ୍ଥା କରା ଯାଇଥିଲା। ମିଳିଥିବା ସୂଚନା ଅନୁଯାଇ ଏନଏସି ଏବଂ ଆଠମଲ୍ଲିକ ବ୍ଲକ ମଧ୍ୟରେ ୧୦୮ ସ୍ଥାନରେ ସେଣ୍ଟର ଖୋଲା ଯାଇଥିବାବେଳେ ୮୬୭୯ ଶିଶୁ ପୋଲିଓ ଖାଇ ଥିବାର ଜଣା ପଡ଼ିଛି। ଉପଖଣ୍ଡ ମୁଖ୍ୟ ଡାକ୍ତର ଖାନା ରେ ଡାକ୍ତର କୁମାର ସୌରଭ ସବ୍ୟସାଚୀ ବେଉରା ଓ ଡାକ୍ତର ଗିରିଜା ଶଙ୍କର ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ରେ ଏଏନଏମ ହେମାଙ୍ଗିନୀ ବେହେରା, ଆଶା କର୍ମୀ ନର୍ମଦା ଜ୍ୟୋତିଷରାୟ, ଆରତୀ ରଥ, ମମତା ବେହେରା, କର୍ମଚାରୀ ବ୍ରଜ ମୋହନ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *