ମ.ରାମପୁର କୋର୍ଟ ପରିସରରେ ୭୭ତମ ବନ ମହୋତ୍ସବ ପାଳନ

ମ.ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ତାଲୁକ ଆଇନ ସେବା ସମିତି ଓ ଜେ,ଏମ,ଏଫ,ସି ମ. ରାମପୁର ତରଫ ରୁ ବନ ବିଭାଗ ସହାୟତାରେ କୋର୍ଟ ପରିସରରେ ୭୭ ତମ ବନ ମହୋତ୍ସବ ପାଳନ ହୋଇଯାଇଛି। ପ୍ରଥମ ଶ୍ରେଣୀ ବିଚାରପତି  ଦୀପ୍ତି ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏସିଏଫ୍ ତଥା ମ. ରାମପୁର ବନାଞ୍ଚଳ ଅଧିକାରୀ  ଅସିତ୍ କୁମାର ଦାସ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ବନ ମହୋତ୍ସବ ର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟ ରେ ସୂଚନା ଦେଇଥିଲେ। ପ୍ରଥମେ ବିଚାରପତି ଦୀପ୍ତି ରଞ୍ଜନ ଦାସ କୋର୍ଟ ପରିସରରେ ବୃକ୍ଷ ରୋପଣ କରିଥିଲେ। ତାପରେ ଉପସ୍ଥିତ ସମସ୍ତେ ବୃକ୍ଷ ରୋପଣ କରିଥିଲେ। କୋର୍ଟର କର୍ମକର୍ତ୍ତା, ସରକାରୀ ଓକିଲ, ଓକିଲ ସଂଘ ସମାଜ ସେବୀ ପ୍ରକାଶ ଚନ୍ଦ୍ର ସାହୁ, ନର୍ଲ। ଓ ରାମପୁର ବନ ବିଭାଗ ର ସମ୍ପଦ କୁମାର,ଦୀପକ ସା, ବାଳକୃଷ୍ଣ ଜାଲ କର୍ମକର୍ତ୍ତା, ତରୁଣ ମାଝୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *