ସ୍ଵତନ୍ତ୍ର ସଘନ ସଂଶୋଧନ ; କେସିଙ୍ଗା ଏନଏସି ରୁ ବାଦ ପଡିଛନ୍ତି ୧୪୩୨ ଜଣ ଭୋଟର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲାର ସ୍ଵତନ୍ତ୍ର ସଘନ ସଂଶୋଧନ – ୨୦୨୬ ର ମତଦାତା ତାଲିକା ପ୍ରକାଶ ପାଇଛି। ଜିଲ୍ଲାର ୫ ଟି ନିର୍ବାଚନ ମଣ୍ଡଳୀର ୭୪ ହଜାର ୫୪୬ ଜଣ ଭୋଟର ବାଦ ପଡ଼ିଥିବା ବେଳେ  ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀର କେସିଙ୍ଗାରେ ବାଦ ପଡିଛନ୍ତି ୧୭୪୭୬ ଜଣ ମତଦାତା। ସେହିପରି ଭବାନୀପାଟଣା ସଦର ନିର୍ବାଚନ ର କେସିଙ୍ଗା ଏନ୍ଏସି ର ସର୍ବମୋଟ ୧୪୮୬୮ ଜଣ ଭୋଟର ଥିବା ବେଳେ ଏସଆଇଆର ପରେ ତାହା ବର୍ତ୍ତମାନ ୧୩ ୪୩୬ ଜଣ ମତଦାତା ରହିଛନ୍ତି। ମାନେ କେସିଙ୍ଗା ଏନ୍ଏସି ର ୧୨ ଗୋଟି ୱାର୍ଡ ରୁ ଏସଆଇଆର ପରେ କଟିଛନ୍ତି ୧୪୩୨ ଜଣ ମତଦାତା। ସେଥି ମଧ୍ୟରୁ ୫୧୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କିଛି ମତଦାତା ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇ ଛନ୍ତି ଓ ଆଉକିଛି ମତଦାତାଙ୍କ ଦୁଇ ଦୁଇଥର ନାମ ରହିଯାଇଛି ବୋଲି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ପ୍ରକାଶ କରିବା ସହିତ ଚିଠା ଭୋଟର ତାଲିକା ପ୍ରକାଶ ପରେ କୌଣସି କାରଣ ବଶତଃ ତାଲିକା ଭୁକ୍ତ ହୋଇ ନଥିବା ଯୋଗ୍ୟ ମତଦାତା ଫର୍ମ ନଂ ୬ ଦାଖଲ କରି ନିଜ ନାମ ଯୋଡ଼ି ପାରିବେ। ଏଥିପାଇଁ ଚଳିତ ମାସ ଜୁଲାଇ ୫ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରିପାରିବେ ଓ ଅଭିଯୋଗ ଗୁଡ଼ିକୁ ଆଗାମୀ ସେପ୍ଟେମ୍ବର ମାସ ୨ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ର ସମାଧାନ କରି ସେପ୍ଟେମ୍ବର ୬ ତାରିଖରେ ଚୂଡାନ୍ତ ଭୋଟର ଲିଷ୍ଟ ପ୍ରକାଶ ପାଇବ ବୋଲି ପ୍ରକାଶ କରିଛନ୍ତି। ତେଣୁ ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରକାଶ ପାଇବା ପରେ ଯାହାର ନାମ କଟିଯାଇଛି କିମ୍ବା ଅନ୍ୟକିଛି ଆପତ୍ତି ଅଭିଯୋଗ ଅଛି ହେଲେ ସେ ଅଧର୍ଯ୍ୟ ନ ହୋଇ କାର୍ଯ୍ୟାଳୟ କୁ ଆସି ନିଜ ସମସ୍ୟା ର ସମାଧାନ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ କେସିଙ୍ଗା ବାସୀ ଙ୍କୁ ଅନୁରୋଧ କରିବା ସହିତ ଯୋଗ୍ୟ ଭୋଟର ମାନେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରି ନିଜ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଅପିଲ କରିଛନ୍ତି।

Leave a Reply

Your email address will not be published. Required fields are marked *