ମ.ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ମଦନପୁର ଏସଏସଡ଼ି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶାନ୍ତନୁ ମେହେରଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ସେ କୁଆଡେ ବିଦ୍ୟାଳୟ ର ମେଟ୍ରନଙ୍କ ସହିତ ମହିଳା କର୍ମଚାରୀଙ୍କୁ ଛାତ୍ର ଛାତ୍ରୀଙ୍କ ସମ୍ମୁଖରେ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବା ଭିଡ଼ିଓ ଓ ଅନ୍ୟ ଗୋଟେ ଭିଡ଼ିଓ ରେ ମହିଳାଙ୍କୁ ନେଇ କିଛି ଅସଭ୍ୟ ଭାଷା କହିବା ସହ ଜାତିଆଣ ଆକ୍ଷେପ କରୁଥିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ତେଣୁ ମହିଳା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ପ୍ରଧାନ ଶିକ୍ଷକ ଶାନ୍ତନୁ ମେହେର ଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ।
