ଦାରିଙ୍ଗବାଡି/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବନାଞ୍ଚଳ ତରଫରୁ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୭୭ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ପ୍ରଧାନ ଅତିଥୁ ଓ ମୁଖ୍ୟ ଅତିଥି ବୃକ୍ଷ ରୋପଣ, ଜଙ୍ଗଲ ରକ୍ଷା ଓ ପରିବେଶ ସୁରକ୍ଷା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ଆଜିର ଏହି ଯୁଗରେ ଏକ ପେଡ୍ ମା କେ ନାମ୍ ଅନୁଯାୟୀ ସବୁଆଡ଼େ ଏହି କାର୍ଯ୍ୟକ୍ରମ ଜାରି ରହିଛି। ଛାତ୍ର ଛାତ୍ରୀ ମାନେ ମଧ୍ଯ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିଦ୍ୟାଳୟ ପରିସର ମଧ୍ୟରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ, ବନାଞ୍ଚଳ ଅଧିକାରୀ ଓ ଅନ୍ୟ କର୍ମଚାରୀ ପ୍ରାୟ ଦେଢ଼ ଶହ ଚାରା ରୋପଣ କରିଥିଲେ। ଆତ, ନିମ୍ବ, ଆମ୍ବ, ଜାମୁ, ଜାମି, ସମେତ ବିଭିନ୍ନ ପ୍ରକାର ଔଷଧୀୟ ଚାରାରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ସିମନବାଡି ସେକ୍ସନର ବନପାଳ ବନିତା ପ୍ରଧାନ, ବନରକ୍ଷୀ ରାହୁଲ କୁମାର, କୁମୁଦ ଚନ୍ଦ୍ର ବେହେରା, ବନମାଳୀ ଗୌଡ଼ ପ୍ରମୁଖ ଯୋଗଦେଇ ଚାରା ରୋପଣରେ ସହଯୋଗ କରିଥିଲେ। ସେହିପରି ଏହି କାର୍ଯ୍ୟକ୍ରମରେ ସିମନବାଡ଼ି ସେକ୍ସନ ବନପାଳ ବନିତା ପ୍ରଧାନ ବନରକ୍ଷୀ ରାହୁଲ କୁମାର୍ କୁମୁଦ ବେହେରା ପ୍ରମୁଖ ସାମିଲ ହୋଇ ସହଯୋଗ କରିଥିଲେ।
