ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ସ୍ଥିତ ଦୁର୍ଗାମାଧବ ଉଚ୍ଚ ବିଦ୍ୟାଳୟ ପରିସରରେ ୭୭ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ପ୍ରଥମେ ଏକ ସଚେତନତା ସଭା କାର୍ଯ୍ୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷତ୍ରୀ ସୁଜାତା ଆଚାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମାଜସେବୀ ତଥା ଯୁବନେତା ନିଳମାଧବ ସିଂହଦେଓ, ମ.ରାମପୁର ବନ ବିଭାଗ ଅଧିକାରୀ ଅତିସ କୁମାର ଦାସ, ବନପାଳ ଦୀପକ କୁମାର ସା, ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା, ସାମ୍ବାଦିକ ତଥା ପରିଚାଳନା କମିଟି ସଦସ୍ୟ ନିରଞ୍ଜନ ମହାରଣା, ଅମୀୟ କୁମାର ସତପଥି, ସହକାରୀ ଶିକ୍ଷକ ଶେଷଦେବ ସାହୁ, ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଯୋଗଦେଇଥିଲେ। ବୃକ୍ଷରୋପଣ ଉପରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଖେଳ ଶିକ୍ଷକ ନିତେଶ କୁମାର ମିଶ୍ର ମଞ୍ଚ ସଂଯୋଜନା କରିଥିଲେ। ଶିକ୍ଷକ ଲଛମନ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
