ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଲିମସେର ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୦ ଲିଟର ଭାଟି ମଦ ଜବତ କରାଯାଇଛି। ଚଢ଼ାଉ ସମୟରେ ବେଆଇନ ଭାବେ ଭାଟି ମଦ ରଖିଥିବା ଅଭିଯୋଗରେ ଲିମସେର ଗାଁର ନୃସିଂହ ମେହେରଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଥିଲା। ଏହି ଘଟଣାରେ ଧର୍ମଗଡ଼ ଅବକାରୀ ଥାନାରେ କେସ୍ ନଂ–୭୭/୨୬–୨୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ପରେ ଅଭିଯୁକ୍ତ ଜଣକୁ ଧର୍ମଗଡ଼ କୋର୍ଟକୁ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ଏହି ଚଢ଼ାଉରେ ଅବକାରୀ ଅଧିକାରିଣୀ ପ୍ରତିମା ବେହେରାଙ୍କ ନେତୃତ୍ୱରେ କନେଷ୍ଟବଳ ଯଶୋବନ୍ତି ଭୋଇ, କର୍ଣ୍ଣ ବାଗ ଓ ରବି ନାଗ ପ୍ରମୁଖ ସାମିଲ ଥିଲେ। ବେଆଇନ ମଦ କାରବାର ବିରୋଧରେ ଅବକାରୀ ବିଭାଗର ଏଭଳି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
