କଲମପୁର ଦୁର୍ଗା ମାଧବ ହାଇସ୍କୁଲ ଠାରେ ଅନୁଭୂତି ଯୋଗ ଶିବିର ଅନୁଷ୍ଠିତ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : ଛାତ୍ର ଛାତ୍ରୀଙ୍କ ଜୀବନ ଶୈଳୀରେ ବୃତ୍ତି ପରିବର୍ତ୍ତନ ପାଇଁ କଲମପୁର ଦୁର୍ଗାମାଧବ ହାଇସ୍କୁଲ ଠାରେ ଅନୁଭୂତି ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପ୍ରଧାନଶିକ୍ଷକ ଅଶ୍ୱିନ କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତା ଶିବିରରେ ସୁଦୂର ରାଜସ୍ଥାନ ମାଉଣ୍ଟ ଆବୁ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟର ତପସ୍ୱୀ ଅଶୋକ ଭାଇଜୀଙ୍କୁ ସ୍ଵାଗତ କରାଯାଇଥିଲା। କଲମପୁର ଉପ ସେବାକେନ୍ଦ୍ର ସଞ୍ଚା ଳିକା ବି କେ ରୋଜି ଭଉଣୀ ବିକେ ବିକାଶ ଯୋଗ ଦେଇଥିଲେ। ହିନ୍ଦୀ ଶିକ୍ଷକ ପ୍ରେମସାଗର ମେହେର ପରିଚୟ ପ୍ରଦାନ କରିଥିବାବେଳେ ବୃତ୍ତିର ପରିବର୍ତ୍ତନ ସହ ଛାତ୍ର ଛାତ୍ରୀ ମାନଙ୍କୁ ସୁଖଦ ଅନୁଭୂତି, ଖୁସିର ଅନୁଭୂତି ଉପରେ ତପସ୍ୱୀ ଭାଇଜି ଶିକ୍ଷା ପ୍ରଦାନ କରିଥିଲେ। ସେହିଭଳି ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ରାହୁଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସର ମଧ୍ୟରେ ଛାତ୍ର ଛାତ୍ରୀକୁ ଅନୁଭୂତି ଯୋଗ ଶିବିର ଦ୍ଵାରା ବୃତ୍ତି ପରିବର୍ତ୍ତନ ପାଇଁ ଶିକ୍ଷା ପ୍ରଦାନ କରାଯାଇଥିଲା। ଏଥିରେ ଛାତ୍ର ଛାତ୍ରୀ ମାନେ ଶାନ୍ତମନରେ ଏହି ଶିକ୍ଷା ଦ୍ବାରା ନିଜକୁ ନକାରାତ୍ମକ ଠାରୁ ଦୁରେଇରହି ସକାରାତ୍ମକ ବିଚାର ଧାରା ଅନୁସାରେ ଗଢ଼ିବାକୁ ଶପଥ ନେଇଥିଲେ ।

Leave a Reply

Your email address will not be published. Required fields are marked *