ଗଞ୍ଜେଇ ପ୍ୟାକିଙ୍ଗ କରି ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ : ୨ଗିରଫ

ଦାରିଙ୍ଗବାଡ଼ି/କ୍ରାନ୍ତିକ୍ଷେତ୍ର : ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଦାରିଙ୍ଗବାଡ଼ି ପୋଲିସ। ଦାରିଙ୍ଗବାଡ଼ି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ଏଏସଆଇ ଅର୍ଜୁନ ଶବର, ପୋଲିସ ଫୋର୍ସ ସହିତ ଗ୍ରୀନବାଡ଼ି ପଞ୍ଚାୟତ କମ୍ୟୁନିଟି ହଲ ପଛରେ ଗଂଜେଇ ପ୍ୟାକିଙ୍ଗ କରୁଥିବା ବେଳେ ଦୁଇ ଜଣ ଗଞ୍ଜେଇ ମାଫିଆ ଙ୍କୁ ଗିରଫ କରିବା ସହିତ ୧୫କିଲୋ ଗଞ୍ଜେଇ ଓ ଗଞ୍ଜେଇ ପ୍ୟାକିଙ୍ଗ ପାଈଁ ବ୍ୟବହୃତ କଂପ୍ରେସର ମ୍ୟାସିନ ଜବତ କରିଛି। ଗିରଫ ଦୁଇ ଜଣ ହେଲେ ସିମନବାଡ଼ି ଗ୍ରାମର ସଞ୍ଜୟ ସାହୁ ଓ ଲାଇନ ପଡ଼ା ଗ୍ରାମର ସୁଧୀର ସାହୁ।  ଏନେଇ ଥାନାରେ କେଶ ନମ୍ବର ୧୯୫/୨୬ ରେ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାରେ ଅନ୍ୟ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *