କଲମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପ୍ରଶାସନ ତଥା ପଞ୍ଚାୟତର ପିଇଓ, ଏଡ଼ିଓ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ବିଭିନ୍ନ ସରକାରୀ ଯୋଜନା ବାଟବଣା ହେବାରେ ଲାଗିଛି । ସରକାର ସମାଜରେ ନିଷ୍ପେସିତ ଅବହେଳିତ ବର୍ଗର ଲୋକ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ବିଭିନ୍ନ ପ୍ରକାରର ଯୋଜନା ପ୍ରଣୟନ କରି କାର୍ଯ୍ୟକାରୀ କରି ଆସୁଥିବା ବେଳେ କଲମପୁର ବ୍ଲକ ପ୍ରଶାସନ ଆର୍ଥିକ ସ୍ବଚ୍ଛଳବର୍ଗ ଓ ବିଳାସବ୍ୟସନରେ କାଳାତିପାତ କରୁଥିବା ଲୋକ ମାନଙ୍କୁ ଅନ୍ତୋଦୟ ଘର ଯୋଗାଇ ଚାଲିଛନ୍ତି, ଫଳରେ ଯୋଗ୍ୟ ହିତାଧିକାରୀ ଏସବୁ ଯୋଜନା ଗୁଡ଼ିକରୁ ବଞ୍ଚିତ ହୋଇ ଆସୁଥିବା ବେଳେ ଅଯୋଗ୍ୟ ମାନେ ଏସବୁ ସୁବିଧା ହାତେଇ ନେବାରେ ସକ୍ଷମ ହେଉଛନ୍ତି । ଯାହା ଦ୍ବାରା ବିଭିନ୍ନ ପଞ୍ଚାୟତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ଏନେଇ କଲମପୁର ବିଡ଼ିଓ ବିଡ଼ିଓ ବିଜୟ ମାଣ୍ଡାଙ୍ଗିଙ୍କୁ ପଚାରିବାରୁ ମୁଁ ଗଣମାଧ୍ୟମ ଜରିଆରେ ଜାଣିବାକୁ ପାଇଛି, ଯଦି ଏପରି ହୋଇଥାଏ ତେବେ ମୁଁ ନିଶ୍ଚୟ ଏହାରି ଉପରେ ତଦନ୍ତ କରାଇ ପଦକ୍ଷେପ ଗ୍ରହଣ କରିବି ବୋଲି ପ୍ରତିକ୍ରିୟା ରଖିଛନ୍ତି । ତେବେ ଏଭଳି କାରନାମା ପାଇଁ କାହାକୁ ଦଣ୍ଡ ବିଧାନ କରାଯିବ ତାହାହିଁ ଏଠାରେ ବଡ଼ ପ୍ରଶ୍ନ ପାଲଟିଛି ।
