ବେଆଇନ ଭାବେ ଗଛିତ କାଠ ଜବତ କଲା ବନ ବିଭାଗ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ଆଜି ପୂର୍ବାହ୍ନରେ ବନଖଣ୍ଡ ଅଧିକାରୀ ରାୟଗଡାଙ୍କ ନିର୍ଦ୍ଧେଶ କ୍ରମେ  ବନାଞ୍ଚଳ ଅଧିକାରୀ ଅନିଲ କୁମାର ପାଣିଗ୍ରାହୀ ଙ୍କ ନେତୃତରେ ବନ କର୍ମଚାରୀ ମାନେ କୋମତାଲପେଟା ସେକ୍ସନ ଅଧିନସ୍ଥ ଡୋକୁଲୁଗୁଡା ଗ୍ରାମରେ ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ତଦନ୍ତ କରି କିଛି ଘରେ ଚଢାଉ କରିଥିଲେ । ଏହି ଚଢାଉ ରେ ଡୋକୁଲୁଗୁଡା ଗ୍ରାମର କେ ଶ୍ରୀନିବାସ , ଗୌରୀ ଶଙ୍କର ଚିକ।ଟୀ ଓ ବିବେକ ରାଓ କ।ଲାଗାରାଙ୍କ ଘରେ ଚଢାଉ କରଯାଇଥିଲା। ଚଢାଉରେ କେ ଶ୍ରୀନିବାସ ଘରେ ବେଆଇନ ଭାବେ ରଖାଯାଇଥିବା ୬୭ ଗୋଟି ଶାଳ ସାଇଜ, ଗୌରୀ ଶଙ୍କର ଚିକ।ଟୀ ଘରେ ୬୬ ଗୋଟି ଶାଳ ସାଇଜ ଓ ପଟ। ଓ ବିବେକ ରାଓ କ।ଲାଗାରା ଙ୍କ ଘରେ ୫୬ ଗୋଟି ଶାଳ, ପିଆଶାଳ ଓ ଶାଗୁଆନ ସାଇଜ ଜବତ କରଯାଇଥିଲା । ସେମାନେ କୌଣସି ବିଭାଗୀୟ କାଗଜ ଦେଖାଇ ପାରିନଥିଲେ ଓ ସେମାନେ ସ୍ଵୀକାର କରିଲେ ଯେ ସେମାନେ ବେଆଇନ ଭାବେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ରୁ ଗଛ କାଟି ଆଣିଥିଲେ। ଉପରୋକ୍ତ ଅପରାଧ ସକାଶେ ସେମାନଙ୍କୁ ବନପାଳ ଗିରଫ କରିଥିଲେ ଓ କାଠ ଗୁଡିକୁ ଜବତ କରିଥିଲେ। ଏହି ଚଢାଉ ରେ ରାୟଗଡ଼ ସେକ୍ସନର ବନପାଳ ଗୌରୀ ଶଙ୍କର ସାହୁ , ପଦ୍ମାବତୀ ପାଢୀ , ବନପାଳ ଓ ରାୟଗଡ଼ ବନାଞ୍ଚଳ ର ଅନ୍ୟ କର୍ମଚାରୀ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *