କୋକସରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ) : ଶ୍ରାବଣ ମାସର ଶେଷ ସୋମବାର ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଅପୂର୍ବ ଶିବଭକ୍ତିର ଦୃଶ୍ୟ। ମହାଦେବଙ୍କ ନିକଟରେ ମାନସିକ ପୂରଣ ପାଇଁ ଖୁଣ୍ଟିଆ ମୁଦ୍ରାନଦୀରୁ ଜଳୋତ୍ତୋଳନ କରି ପ୍ରାୟ ୭ କିଲୋମିଟର ରାସ୍ତା ନାଗବମ (ଗୁରୁଣ୍ଡି ଗୁରୁଣ୍ଡି) ହୋଇ ବନ୍ଧପଡ଼ା ଶୈବପୀଠରେ ଜଳାଭିଷେକ କରିଛନ୍ତି ତିନି ଜଣ ବେଲବମ ଭକ୍ତ। ଏହି ନିଷ୍ଠାପର ସାଧନା କରିଥିବା ତିନି ଶିବଭକ୍ତ ହେଉଛନ୍ତି ହର, ଘନ ଓ ଅକ୍ଷୟ। ଶ୍ରାବଣ ମାସର ପ୍ରଥମ ସୋମବାରଠାରୁ କଠୋର ନିୟମ ଓ ନିଷ୍ଠାର ସହ ବୋଲବମ ବ୍ରତ ପାଳନ କରିବା ପରେ, ଶେଷ ସୋମବାରରେ ଏହି କଷ୍ଟକର ନାଗବମ ସେବା ସମ୍ପନ୍ନ କରିଥିଲେ। ଏହି ଅପୂର୍ବ ଭକ୍ତିର ଦୃଶ୍ୟ ଦେଖିବା ପାଇଁ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଜମିଥିଲା। ଏହି ନାଗବମ ସାଧନା କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଞ୍ଚଳର ବଳରାମ ବାଗ, ଦ୍ରୋଣ ବୋଡ଼କିଆ, ଯୁବରାଜ ନାଗ, କ୍ଷମା ନାଗ, ଚିତ୍ତ ଗହୀର, ଘେନୁ ଗହୀର, ସୁଶାନ୍ତ ଦୁର୍ଗାଙ୍କ ସମେତ ବହୁ ସ୍ଥାନୀୟ ଶ୍ରଦ୍ଧାଳୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
