ଏନ୍‌ଡିପିଏସ୍‌ ମାମଲାରେ ଅଭିଯୁକ୍ତ ଗିରଫ

କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର(ମନଧର କର୍ମୀ) : ଏନ୍‌ଡିପିଏସ୍‌ ମାମଲାକୁ ନେଇ କଣ୍ଟାମାଳ ଥାନା ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସୁର୍କାପଙ୍ଗା ଗ୍ରାମର ଜୟରାମ ରଣାଙ୍କ ପୁଅ କେଶବ ଓରଫ ରାଧାକାନ୍ତ ରଣା (୨୭)। କଣ୍ଟାମାଳ ଥାନା କେସ୍‌ ନମ୍ବର ୨୪୭/୨୫ ମାମଲାରେ ତାଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଥିବାବେଳେ ପୁଲିସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ଏନ୍‌ଡିପିଏସ୍‌ ଆଇନ ଅଧୀନରେ ରୁଜୁ ହୋଇଥିବା ଉକ୍ତ ମାମଲାରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ସହ ମାମଲା ସହ ଜଡ଼ିତ ବ୍ୟକ୍ତିମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି। ଏହି କ୍ରମରେ କେଶବ ଓରଫ ରାଧାକାନ୍ତ ରଣାଙ୍କୁ ପୁଲିସ ଗିରଫ କରିଥିବାବେଳେ ଗିରଫ ପରେ ଆଜି ତାଙ୍କୁ ଆଇନାନୁଯାୟୀ ଅଦାଲତରେ ହାଜର କରାଯାଇ ଚାଲାଣ କରାଯାଇଛି। ଏନ୍‌ଡିପିଏସ୍‌ ସମ୍ବନ୍ଧୀୟ ମାମଲାରେ ଆଇନାନୁଯାୟୀ ପଦକ୍ଷେପ ନେବା ସହ ନିଶାଦ୍ରବ୍ୟର ଅବୈଧ କାରବାର ଓ ଚୋରାଚାଲାଣ ଉପରେ ନଜର ରଖିବା ପାଇଁ କଣ୍ଟାମାଳ ଥାନା ପକ୍ଷରୁ ଅଭିଯାନ ଜାରି ରହିଛି।

Leave a Reply

Your email address will not be published. Required fields are marked *