କୋଟାଗାଁ ଡମ ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : ପଶ୍ଚିମ ଓଡିଶାର ମହାନ କୃଷି ଭିତ୍ତିକ ଗଣ ପର୍ବ ନୁଆଁଖାଇ ଉପଲକ୍ଷେ କଲମପୁର ବ୍ଲକ ଅନ୍ତର୍ଗତ କୋଟାଗାଁ ଠାରେ ଡମ ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଟାଗାଁ ରାଜୀବ କ୍ଲବ ଆନୁକୁଲ୍ୟରେ ଡମ୍ ସମାଜର ବୟୋଜ୍ୟେଷ୍ଠ , କର୍ମକର୍ତ୍ତା , ତଥା ସମାଜର ସମସ୍ତ ପରିବାର ଉପସ୍ଥିତ ରହି ମହା ଆଡମ୍ବରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କରିଥିଲେ। ଏହି ଭେଟଘାଟ କାର୍ଯ୍ୟକ୍ରମରେ ଦୂର ଦୁରାନ୍ତରୁ ତଥା ଜିଲ୍ଲା ଏବଂ ରାଜ୍ୟ ବାହାରେ ରହୁଥିବା ଅନେକ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ଛତ୍ରିଆ, ପୁଲସ୍ତି ଚନ୍ଦ୍ର ଛତ୍ରିଆ, ଶିବ ଶଙ୍କର ତାଣ୍ଡି , ଶିବ ଶଙ୍କର ପାଳ, ରାଜେଶ କୁମାର ଛତ୍ରିଆ, କୃଷ୍ଣ ମୋହନ ଛତ୍ରିଆ, ବ୍ୟାସ ଦେବ ପାଳ, ଅର୍ଜୁନ ପାଳ, ହରିଶ୍ଚନ୍ଦ୍ର ପାଳ, ଦୁର୍ଯୋଧନ ପାଲ, ସୁରେନ୍ଦ୍ର ପାଳ, ଗୋକୁଳାନନ୍ଦ ଛତ୍ରିଆ, ପ୍ରରୁନ୍ଦର ପାଳ , ଜୟ ପାଳ ପ୍ରମୁଖ ଉପସ୍ଥିତ ହୋଇ ସମାଜର ଏକତା ଓ ଭାଇଚାରା ବଜାୟ ରଖିବା ପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପଡ଼ାର ବୟୋଜ୍ୟେଷ୍ଟ ମାନଙ୍କୁ ମଞ୍ଚରେ ଉପଢୌକନ ସହ ସମର୍ଦ୍ଧନା କରାଯାଇଥିଲା, ସେମାନଙ୍କ ମଧ୍ୟରେ ଯୌବନ ଦୀପ, ସିଦ୍ଧେଶ୍ୱର ତାଣ୍ଡି, ଚିନଧର ପାଳ, ନାରାୟଣ ପାଳ, ଦାମୋଦର ପାଳ, ସାନ ସୁନାନୀ, କ୍ଷେତ୍ର ପାଳ, ମଙ୍ଗନିଆ ଛତ୍ରିଆ, ସୁବାଷ ଚନ୍ଦ୍ର ଛାତ୍ରଆ, ତ୍ରିନାଥ ପାଳ, ଆର୍ତ୍ତି ତ୍ରାଣ ଛତ୍ରିଆ ଓ ବାସୁଦେବ କର ତଥା ରାଜୀବ କ୍ଲବର ସଭାପତି ରଜନୀକାନ୍ତ ଛତ୍ରିଆ, ସାଧାରଣ ସମ୍ପାଦକ କେଶରୀ ପାଳ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଭେଟଘାଟ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସମାଜର ସହ ସହ ସମ୍ପାଦକ ବିଭୀଷଣ ପାଳ ମଞ୍ଚ ପରିଚାଳନା ଓ ଶିକ୍ଷକ ଅଭୟ କୁମାର ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *