ଜୁନାଗଡ଼ ସତସଙ୍ଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର :  ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ଶୁଭ ୧୩୯ତମ ଆବିର୍ଭାବ (ତାଳନବମୀ) ତିଥି ଅବସରରେ ଜୁନାଗଡ଼ ସତସଙ୍ଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳ ପ୍ରାୟ ୧୦ଟା ସମୟରେ ଜୁନାଗଡ଼ ସତସଙ୍ଗ କେନ୍ଦ୍ର ମେନ୍ ରୋଡ୍ ସମ୍ମୁଖରେ ଭକ୍ତ ଓ ସାଧାରଣ ଲୋକଙ୍କ ମଧ୍ୟରେ ମିଷ୍ଟାନ୍ନ (ପ୍ରସାଦ) ବଣ୍ଟନ କରାଯାଇଥିଲା। ଏଥିସହିତ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ, ବିସ୍କୁଟ୍ ଆଦି ବଣ୍ଟନ କରାଯାଇ ସେମାନଙ୍କ ସୁସ୍ଥତା କାମନା କରାଯାଇଥିଲା। ଏହି ଅବସରରେ ଜୁନାଗଡ଼ ସଭାପତି ଋତ୍ୱିକ୍ (ଏସ୍‌ପିଆର୍‌) ରମେଶ ଚନ୍ଦ୍ର ନାୟକଙ୍କ ସମେତ ସତସଙ୍ଗ କେନ୍ଦ୍ର ଜୁନାଗଡ଼ ପରିଚାଳନା କମିଟିର ସଭାପତି ରଶ୍ମି ରଞ୍ଜନ ନାୟକ,ସାଧାରଣ ସମ୍ପାଦକ ସରୋଜ ବରାଳ, ବରିଷ୍ଠ ସଦସ୍ୟ ମଧୁସୂଦନ ପଣ୍ଡା, ଧୀରେନ୍ଦ୍ର ପଣ୍ଡା, ମନୋରଞ୍ଜନ ପାଣିଗ୍ରାହୀ, ସ୍ୱସ୍ତିଦୀପ ଆଦିତ୍ୟ, ଜଗବନ୍ଧୁ ସାହୁ, ସସ୍ମିତା ନାୟକ, ବନଲତା ସାହୁ, ମନୋରଞ୍ଜନ ଦୋରା, ସୋମନାଥ କାୟସ୍ଥ, ସୁରେଶ ଚନ୍ଦନ, ଅଭିଳାଷ ପୂଝାରୀ, ଅମିୟ ଜେନା, ସୀତାକାନ୍ତ ଧ. ମାଝୀ ଓ ଅଖିଳ ସାହୁଙ୍କ ସମେତ ସତସଙ୍ଗ କେନ୍ଦ୍ରର ସମସ୍ତ ଦାଦା ଓ ମା’ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସମସ୍ତଙ୍କ ମିଳିତ ସହଯୋଗ ଓ ସେବା ଭାବନା ଯୋଗୁଁ ପ୍ରସାଦ ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଶ୍ରୀ ଶ୍ରୀ ଠାକୁରଙ୍କ ଆବିର୍ଭାବ ତିଥିରେ ଆୟୋଜିତ ଏହି ସେବାମୂଳକ କାର୍ଯ୍ୟକ୍ରମ ଭକ୍ତି, ମାନବସେବା ଓ ଭାଇଚାରାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଥିଲା।

Leave a Reply

Your email address will not be published. Required fields are marked *