ଆଇଁଲି ଗାଁ କୁ ମଦମୁକ୍ତ ଦାବିରେ  କୋକସରା ଥାନାରେ ଦାବିପତ୍ର ପ୍ରଦାନ 

କୋକସରା/କ୍ରାନ୍ତିକ୍ଷେତ୍ର : ଗାଁ କୁ ସମ୍ପୂର୍ଣ୍ଣ ମଦମୁକ୍ତ ଓ ଚୋରା ମଦ ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି  କୋକସରା ବ୍ଳକ ଲଡୁଗାଁ ଗ୍ରାମ ପଞ୍ଚାୟତ ଆଇଁଲି ଗ୍ରାମର ମହିଳାମାନେ ଏକଜୁଟ ହୋଇଥିଲେ। ଏହାପରେ ଶତାଧିକ ମହିଳାଙ୍କ ଗହଣରେ କୋକସରା ଥାନାରେ ପହଞ୍ଚି ଅବୈଧ ମଦ ବିକ୍ରି ବନ୍ଦ କରିବା ପାଇଁ ସେମାନେ ଦାବିପତ୍ର ପ୍ରଦାନ କରିଛନ୍ତି।  ଅଭିଯୋଗ ଅନୁଯାୟୀ, ଗାଁରେ ଦିର୍ଘ ବର୍ଷରୁ ଅବାଧରେ ମଦ ବିକ୍ରି ଓ ମଦ୍ୟପାନ ଯୋଗୁଁ ଗ୍ରାମର ଶାନ୍ତି-ଶୃଙ୍ଖଳା ବ୍ୟାହତ ହେଉଛି। ଏମିତି କି ପରିବାରରେ ଅଶାନ୍ତି, ଆର୍ଥିକ ସମସ୍ୟା ଓ ବିଭିନ୍ନ ସାମାଜିକ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଗ୍ରାମରେ ମଦ ବିକ୍ରି ଓ ଅବୈଧ ମଦ କାରବାର ଉପରେ ଆବଶ୍ୟକ ଯାଞ୍ଚ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏବଂ ଗାଁକୁ ମଦମୁକ୍ତ ଗ୍ରାମ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାପାଇଁ ଦାବି କରାଯାଇଛି। ଏବଂ ଥାନା ଏସ୍ଆଇ ରଶ୍ମି ରଞ୍ଜନ ବାଗଙ୍କୁ ଏନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ର ପ୍ରଦାନ ସମୟରେ ଗ୍ରାମର ଭବାନୀ ତାଣ୍ଡି, ଗୌରୀ ତାଣ୍ଡି, ସୂର୍ଯ୍ୟ ତାଣ୍ଡି, ଦୁତିକା ବାଗ, ଗଙ୍ଗା ମାଝୀ, ସୂର୍ଯ୍ୟ ବାଗ, ଦେମତୀ ବାଗ, ପୁସ୍ତମ ଶବର, ତ୍ରିନାଥ ତାଣ୍ଡି, ସୁଶୀଳା ବାଗ, ଜେମାମଣି ବାଣୁଆ, ପୁଷ୍ପ ନାଏକ, ଲଷ୍ମୀ ମାଝୀ, ଉର୍ମିଳା ମାଝୀ, ଇନ୍ଦୁ ମାଝୀ, ରାଜେଶ ସାହୁ ପ୍ରମୁଖଙ୍କ ସମେତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *