ସାନଭି ପ୍ରଜ୍ଞା ରାଉତଙ୍କ ହାତରେ ଏବେ ବ୍ୟାଟ ବଳ

କଳାହାଣ୍ଡି କ୍ରିକେଟ ମହିଳା ଟିମରେ ସାମିଲ

ଧର୍ମଗଡ଼-(ସୁବାଷ ବାଗ) : ବଣ ମଲ୍ଲୀ ଏବେ ଚହଟିବାକୁ ଆରମ୍ଭ କଲାଣି।ଗାଁ ଗହଳି ପଲ୍ଲୀ ଅଞ୍ଚଳ ର ସାଧାରଣ ଝିଅ ଘର ଭିତରେ ।ଆଉ ସେ ଘର ଭିତରେ ନ ରହି ନିଜ ପ୍ରତିଭା କୁ ପ୍ରକଟ କରିଛି।ଦୁନିଆ କୁ ଦେଖାଇ ଦେଇଛି ଆମେ ପଲ୍ଲୀ ର ହେଲେ ବି ଆମ ଭିତରେ ଅଛି ସୁଗନ୍ଧ।ବେଶ ନିଜ କୁ ପ୍ରମାଣିତ କରି ଦେଖାଇ ଦେଇଛନ୍ତି ସାନଭି ପ୍ରଜ୍ଞା ରାଉତ।ଗୋଟେ ଗାଉଁଲି ଗାଁ ର ଝିଅ ଏବେ ଚର୍ଚ୍ଚା ପରିସରକୁ ଆସିଛି। କଟକ ବାରବାଟୀ ଠାରେ ଓଡ଼ିଶା କ୍ରିକେଟ୍ ଆସୋସିଏସନର ଆୟୋଜନରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ମହିଳା କ୍ରିକେଟ ପ୍ରତିଯୋଗିତାରେ କଳାହାଣ୍ଡି ଟିମ ରେ ସାମିଲ ହୋଇଛନ୍ତି।ଆସନ୍ତା ୨୨ ରୁ ୨୯ ଏପ୍ରିଲ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ବର୍ତ୍ତମାନ ସାନଭି କେନ୍ଦ୍ରୀୟ ବିଦ୍ୟାଳୟ ଧର୍ମଗଡରେ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ କ୍ରିକେଟ ଖେଳ ରେ ରୁଚି ରଖିଛନ୍ତି।ସେ କଳାହାଣ୍ଡି ଟିମ ରେ ସାମିଲ ହେବା କୁ ଯୋଗ୍ୟ ବିବେଚିତ ହେବା ପରେ ଅଞ୍ଚଳରେ ଏକ ପ୍ରକାର ଖୁସି ଦେଖା ଦେଇଛି। କୋକସରା ବ୍ଲକ ମୂଷାପାଳି ପଞ୍ଚାୟତ ଏକ ଛୋଟ ଗାଁ ଖପରାମାଲ ଗ୍ରାମ ର ଶିକ୍ଷକ ମୋହିତ କୁମାର ରାଉତ ଓ ରସ୍ମିରେଖା ରାଉତଙ୍କ ଝିଅ ଅଟନ୍ତି ସାନଭି। ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ର ସୁଅ ଛୁଟୁଛି।ଦଣ୍ଡପାଟ ଅଞ୍ଚଳ ର ବିଭିନ୍ନ ସଂଘ , ସଂଗଠନ ତଥା ବିଶିଷ୍ଟ ବ୍ୟକ୍ତି ତାଙ୍କର ଭବିଷ୍ୟତ କାମନା କରିଛନ୍ତି।