ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ଭବାନୀପାଟଣା ନୂଆ ବସଷ୍ଟାଣ୍ଡରେ ଚିତାବାଘ ପଶିବାକୁ ନେଇ ମକ୍ ଡ୍ରିଲ୍ । ବନ୍ୟଜନ୍ତୁ ସପ୍ତାହ ପାଳନ ଅବସରରେ କଳାହାଣ୍ଡି ବନ ବିଭାଗ ପକ୍ଷରୁ କରା ଯାଇଥିଲା ଏହି ସ୍ୱତନ୍ତ୍ର ସଚେତନତାମୂଳକ ଅଭ୍ୟାସ। ଜନଗହଳିପୂର୍ଣ୍ଣ ସ୍ଥାନକୁ ଚିତାବାଘ ପଶିଆସିଲେ କିଭଳି ତାକୁ ସୁରକ୍ଷିତ ଭାବେ କାବୁ କରାଯିବ, ତାହାର ଦିଆଯାଇଥିଲା ଡେମୋ ଏହାସହ ଏଭଳି ଜରୁରୀ ପରିସ୍ଥିତିରେ ଲୋକେ କିଭଳି ନିଜକୁ ସୁରକ୍ଷିତ ରଖିବେ ସେନେଇ ମଧ୍ୟ କରାଯାଇଥିଲା ସଚେତନ। ଜାତୀୟ ବନ୍ୟଜନ୍ତୁ ସପ୍ତାହ ପାଳନ ଅବସରରେ କଳାହାଣ୍ଡି ବନ ବିଭାଗ ଏହି ମକ୍ ଡ୍ରିଲ୍ ଆୟୋଜନ କରିଥିଲା। ଜନବସତି କିମ୍ବା ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ବନ୍ୟଜନ୍ତୁ ପଶିଆସିଲେ, ବନ ବିଭାଗ କିଭଳି ତୁରନ୍ତ ଓ ସୁରକ୍ଷିତ ଭାବେ ଉଦ୍ଧାର କରିବ, ତାହାର ଅଭ୍ୟାସ କରାଯାଇଥିଲା। ଏହାସହ ଏଭଳି ପରିସ୍ଥିତିରେ ସାଧାରଣ ଲୋକେ ଭୟଭୀତ ହୋଇ ଦୌଡ଼ାଦୌଡ଼ି ନକରିବା, ବନ୍ୟଜନ୍ତୁଠାରୁ ନିରାପଦ ଦୂରତା ବଜାୟ ରଖିବା ଏବଂ ତୁରନ୍ତ ବନ ବିଭାଗକୁ ସୂଚନା ଦେବା ନେଇ ସଚେତନ କରାଯାଇଥିଲା। ତେବେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ସହ ମଣିଷର ଜୀବନ ସୁରକ୍ଷା ପାଇଁ ଏଭଳି ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିବା କହିଛନ୍ତି ବନ ବିଭାଗ।
