କଲମପୁର ବ୍ଲକର ୭୯ ଅଙ୍ଗନୱାଡ଼ି କେନ୍ଦ୍ରରେ ‘ଆଙ୍ଗନ୍ କା ଉତ୍ସବ ୨୦୨୬’ ପାଳିତ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ୭୯ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଆଙ୍ଗନ୍ କା ଉତ୍ସବ – ୨୦୨୬ ପାଳିତ ହୋଇଯାଇଛି। ଏହି ଆଙ୍ଗନ୍ କା ଉତ୍ସବ ତିନି ଦିନ ଧରି ପାଳନ କରାଯାଇଛି, ୨୭ ତାରିଖ ପ୍ରଥମ ଦିନ ପରିବାର ସଦସ୍ୟଙ୍କ ଦ୍ବାରା ପିଠା ପଣା ଖାଦ୍ୟ ପ୍ରଦର୍ଶନ, ଦ୍ୱିତୀୟ ଦିନ ଶିଶୁମାନଙ୍କ ପାଇଁ ଖେଳକୁଦ ଓ ଜେଜେ ବାପା ଜେଜେ ମା ମାନେ ଶିଶୁ ମାନଙ୍କୁ ବିଭିନ୍ନ ପ୍ରକାର ଗୀତ, ଗପ କହିବାର କାର୍ଯ୍ୟକ୍ରମ ଏବଂ ୨୯ତାରିଖ ଶେଷ ଦିନରେ ମହିଳା ଓ ଶିଶୁ କଲ୍ୟାଣ ଯୋଜନା ବିଷୟରେ ଆଲୋଚନା, ଯୋଜନା ଲାଭ ପାଉଥିବା ହିତାଧିକାରୀଙ୍କ ୬୦ସେକେଣ୍ଡ ଭିଡିଓ ଅନୁଭବ ପ୍ରଦର୍ଶନ, ଅଙ୍ଗନୱାଡ଼ି କର୍ମୀ, ସହାୟିକା ଓ ଆଶାକର୍ମୀ ମାନଙ୍କୁ ସମାନ/ସମାନ, ରେସିପି ପ୍ରତିଯୋଗିତାର ପୁରସ୍କାର ବିତରଣ ଓ ତ୍ରିରଙ୍ଗା ଥାଳି ମଧ୍ୟାହ୍ନ ଭୋଜନ ପାଇଁ କାର୍ଯ୍ୟକାରୀ କରାଯାଇ ଥିଲା। ତିନିଦିନ ଧରି ଚାଲିଥିବା ଆଙ୍ଗନ କା ଉତ୍ସବରେ ସିଡିପିଓ ନୀର୍ବାସିନି ଦେଇ, ସୂପରଭାଇଯର ବାସନ୍ତୀ ନାୟକ, ସୂର୍ଯ୍ୟକାନ୍ତୀ ବେହେରା ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକକୁ ପହଞ୍ଚି ଅନୁଧ୍ୟାନ କରିବା ସହ ତଦାରଖ କରିଥିଲେ। ଶିଶୁମାନଙ୍କ ମଧ୍ୟରେ ଶିକ୍ଷା, ସୃଜନଶୀଳତା ଓ ସାମାଜିକ ଦକ୍ଷତାର ବିକାଶ ଲକ୍ଷ୍ୟରେ ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରରେ ‘ଆଙ୍ଗନ୍ କା ଉତ୍ସବ ୨୦୨୬’ ପାଳିତ ହୋଇଛି। ଏହାର ଉଦ୍ଦେଶ୍ୟ ବା ଲକ୍ଷ୍ୟ ଗୁଡ଼ିକ ହେଲା – ସ୍ୱାସ୍ଥ୍ୟ ଓ ଗୋଷ୍ଠୀ ଶିକ୍ଷାରେ ପୁରୁଷଙ୍କ ସହଭାଗିତା , ଗୋଷ୍ଠୀର ସହଭାଗିତା, ତୃଣ ମୂଳ ସ୍ତରର କର୍ମୀଙ୍କୁ ସମ୍ମାନିତ, ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ ଉପକରଣର ବ୍ୟବହାର ହେଉଛି ଏହାର ଲକ୍ଷ୍ୟ। ଏହି ଅବସରରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ସୁନ୍ଦର ଭାବେ ସଜାଯାଇ ଶିଶୁମାନଙ୍କ ପାଇଁ ବିଭିନ୍ନ ଖେଳ, ଚିତ୍ରାଙ୍କନ, ଗୀତ, ନୃତ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଶିଶୁମାନଙ୍କ ସହ ଗାଁର କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତୀ ମହିଳା, ଅଭିଭାବକଙ୍କ ସହ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ମଧ୍ୟ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ଏହି ଉତ୍ସବ ମାଧ୍ୟମରେ ଶିଶୁମାନଙ୍କ ଲୁକାୟିତ ପ୍ରତିଭାକୁ ପ୍ରୋତ୍ସାହନ ଦେବା ସହ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ଶିଶୁମାନଙ୍କ ପାଇଁ ଆନନ୍ଦମୟ ଓ ଶିକ୍ଷଣୀୟ ପରିବେଶରେ ପରିଣତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହେବା ଫଳରେ ଶିଶୁ, ଅଭିଭାବକ ଓ ଅଙ୍ଗନୱାଡ଼ି କର୍ମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *